ଭଞ୍ଜନଗର: କାର୍ ରେ ଗଞ୍ଜେଇ ଚାଲାଣ, ଦୁଇ ଗିରଫ

ଭଂଜନଗର –  ୨୪/୧୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): କନ୍ଧମାଳ ରୁ ଦଶପଲ୍ଲା ଦେଇ ଭଂଜନଗର ଅଭିମୁଖେ କାର୍ ରେ ଗଞ୍ଜେଇ ଧରି ଆସୁଥିବା ବେଳେ, ବ୍ରାହ୍ମଣପଦର ନିକଟରେ ଚଢ଼ାଉ କଲା ତାରାସିଙ୍ଗି ଥାନା ପୋଲିସ । ସେମାନଙ୍କ ଠାରୁ ୨୮ କିଲୋ ଗଞ୍ଜେଇ ସହ, ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଥାନା ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଇନିସପେକ୍ଟର ସମୀର କୁମାର ବେହେରା ଟିମ୍ ସହ ଲେମ୍ଭେଇ, ତିଳିସିଙ୍ଗି, ତିନିଛକିଆ ପ୍ରଭୃତି ଅଞ୍ଚଳ ପେଟ୍ରୋଲିଂ ସାରି ଫେରୁଥିବା ବେଳେ, ବ୍ରାହ୍ମଣପଦର ନିକଟରେ ଏକ କାର୍ କୁ ସନ୍ଦେହରେ ସେଥିରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ । ଘଟଣା ସ୍ଥଳରୁ କାର୍ ସହ ୨୮ କିଲୋ ଗଞ୍ଜେଇ ଜବତ କରିବା ସହ, ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତ ମାନେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳର ସୁଜିତ୍ କହଁର ଏବଂ ଚକ୍ରପତି କହଁର । ଏନେଇ ତାରାସିଙ୍ଗି ଥାନା କେଶ୍ ନମ୍ବର ୪୪୦/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ନେଇ, ଥାନାଧିକାରୀଣୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି ।