
ବୁଗୁଡ଼ା ୨୬/୧୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଅନ୍ତରପଡ଼ା ଗ୍ରାମ ପଞ୍ଚୟତ ଅନ୍ତର୍ଗତ ଝୋଲରି ଗ୍ରାମର ଜଣାଶୁଣା ସଂକିର୍ତ୍ତନ ଗୁରୁ ଗୋପୀନାଥ ସାହୁଙ୍କ ୮୫ ବର୍ଷ ବୟଷରେ ପରଲୋକ ହୋଇ ଯାଇଛି। ଅରଖପୁର, ପଙ୍କଳବାଡି, ଖରିଡା,ଝୋଲରି ଗ୍ରାମରେ ସଂକିର୍ତ୍ତନ ଦଳକୁ ନାମ ସଂକିର୍ତ୍ତନ ଶିଖାଇ ସ୍ବର୍ଗତ ସାହୁ ବେଶ୍ ପରିଚିତ ଥିଲେ। ମ୍ରୁତ୍ୟୁ ଶଯ୍ୟା ନିକଟରେ ପୁଅ ବସନ୍ତ କୁମାର ସାହୁ, ଶ୍ରୀକାନ୍ତ କୁମାର ସାହୁ, ବୋହୁ ସୁନିତା, ବବିତା ଓ ଝିଅ ସାବିତ୍ରୀ ବିଷୋୟୀ ନାତି ନାତୁଣୀ ବନ୍ଧୁବର୍ଗ ଉପସ୍ଥିତ ଥିଲେ। ଅନ୍ତିମ ଶୋଭାଯାତ୍ରାରେ ବହୁ ବିଶିଷ୍ଠ ବ୍ୟକ୍ତି ବିଶେଷ ଓ ଝୋଲରି ଗ୍ରାମ ବାସି ଯୋଗଦେଇ ଥିଲେ। ସ୍ବର୍ଗତ ସାହୁଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖୋଳି ଯାଇଛି।