ଭଞ୍ଜନଗର: ବାଇକ୍ ଧକ୍କାରେ ଦୁଇ ଆହତ

ଭଞ୍ଜନଗର,୨୯/୧୧: (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ଥାନା ଅଧିନ ଟୋକାଗଣ୍ଡା ଓ ଦଣ୍ଡିପଦର ରାସ୍ତାରେ ବାଇକ୍ ଦୁର୍ଘଟଣା ଘଟି ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତ ମାନେ ହେଲେ ବାଇବାଲି ପଞ୍ଚାୟତର ଶୁଭମ୍ ବେହେରା ଏବଂ ଭାରତ ପ୍ରଧାନ। ଉଭୟେ ଗୋଟିଏ ବାଇକ୍ ରେ ନିଜ ଗ୍ରାମରୁ ଭଞ୍ଜନଗର କୌଣସି କାମରେ ଆସୁଥିବା ବେଳେ ଦଣ୍ଡିପଦର୍ ଗ୍ରାମ ଠାରୁ କିଛି ଦୂରରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛ ସହ ପିଟି ହୋଇଯାଇଥିଲେ। ଉଭୟ ଆହତଙ୍କୁ ଆମ୍ବୁଲାନ୍ସ ସହାୟତାରେ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି।