
ଭଞ୍ଜନଗର: ୦୧/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ)ବିଶ୍ୱ ଏଡ଼ସ ଦିବସ ଅବସରରେ ଏଚଆଇଭି ଭୁତାଣୁ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଭଞ୍ଜନଗର ସହରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡ଼ା.ସୀତାଂଶୁ ଶେଖର ଶତପଥୀଙ୍କ ଅଧ୍ୟକ୍ଷତାରେ ଏସ୍ଡିପିଓ ଡ.ଦିପକ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଣେ ଝିଅ କିମ୍ବା ପୁଅ ଯେତେବେଳେ କୌଣସି ଭୁଲ ନଥାଇ ଏଥିରେ ଆକ୍ରାନ୍ତ ହୁଏ ତାର ମାନସିକ ସ୍ଥିତିକୁ କଳନା କରିବା ବହୁତ କଷ୍ଟ ତେଣୁ ବିପଥଗାମୀ ଯୁବଗୋଷ୍ଠୀ ନିଜକୁ ଅଧିକରୁ ଅଧିକ ସଚେତନ କରିବାକୁ ଆହ୍ବାନ ଦେଇଥିଲେ। ବରିଷ୍ଠ ଡାକ୍ତର ବି.ପ୍ରଣବାନନ୍ଦ ପାତ୍ର ସମ୍ମାନିତ ଅତିଥି ଭାବେ ଏହି ରୋଗର ଭୟା ବହତା ଓ ଏଥିରୁ ସୁରକ୍ଷିତ ରହିବା ନିମନ୍ତେ ବିଭିନ୍ନ ଉପାୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମେଡିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ ଏହାକୁ ପରିଚାଳନା କରିଥିବା ବେଳେ ଏଆରଟି ପରାମର୍ଶଦାତା ସନୋଜ କୁମାର ମହାନ୍ତି ଓ ଟିବି କେନ୍ଦ୍ରର ବେଦବ୍ରତ ପରିଡା, ଆସିଟିସିର ମଞ୍ଜୁଳା ପ୍ରଧାନ ପ୍ରମୁଖ ନିଆଯାଇଥିବା ପଦକ୍ଷେପ ସଂର୍ପକରେ କହିଥିଲେ। ଏହି ଅବସରରେ ଏକ ଶୋଭାଯାତ୍ରା ସକାଳ ସମୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିପଦର ବନ୍ଧୁ ଅନୁଷ୍ଠାନର ସଦସ୍ୟ, ସାବିତ୍ରୀ ମହିଳା ମହାବିଦ୍ୟାଳୟ, ଭଞ୍ଜ କଲେଜ ଅଫ ନର୍ସିଂର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏଥିରେ କେନ୍ଦ୍ରର ବିଷ୍ଣୁ ପ୍ରସାଦ ମିଶ୍ର, ଜାଗ୍ୟଶ୍ରୀ ପ୍ରଧାନ, ନାରାୟଣ ବେହେରା, ମୋନାଲିସା ପଟ୍ଟନାୟକ, ସତ୍ୟଜିତ ଦାସ, ବାପି ଲେଙ୍କା ସହଯୋଗ କରିଥିବା ବେଳେ ଫାର୍ମାସିଷ୍ଟ ଚନ୍ଦ୍ର ଶେଖର ନାହାକ ଧନ୍ୟବାଦ ଅର୍ପଣ କରିଥିଲେ।