
ଭଞ୍ଜନଗର ୦୭/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଙ୍କ ସଂଯୋଜନାରେ ଗଞ୍ଜାମ ପୁଲିସ ପକ୍ଷରୁ ହୋମଗାର୍ଡ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଜିଲ୍ଲା ମୁଖ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ଗଞ୍ଜାମ ଜିଲ୍ଲାର ୨୫ ଜଣ ହୋମଗାର୍ଡଙ୍କୁ ଜିଲ୍ଲା ପୋଲିସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ତାରାସିଂ ଥାନାର ଦୁଇ ଜଣ ହୋମଗାର୍ଡଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସେମାନେ ହେଲେ ଗୃହରକ୍ଷୀ ପୀତବାସ ନାୟକ ଓ ସୁଦର୍ଶନ ପ୍ରଧାନ। ଉତ୍ତମ ପ୍ରଦର୍ଶନ ସହ ପ୍ରଶଂସନୀୟ କାର୍ଯ୍ୟ ପାଇଁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାରୁ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ପୀତବାସ ନାୟକ ଓ ସୁଦର୍ଶନ ପ୍ରଧାନ ଉଭୟଙ୍କୁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ହୋମଗାର୍ଡ ପୁରସ୍କାର ପ୍ରଦାନ କରିଛନ୍ତି । ଦୁଇ ହୋମଗାର୍ଡ ପୁରସ୍କାର ପାଇବାର ସମସ୍ତ ଶ୍ରେୟ ତାରାସିଂ ଥାନା ଅଧିକାରୀଣୀ ଶୁଭଲକ୍ଷ୍ମୀ ପୂଜାରୀ ଙ୍କୁ ଦେଇଛନ୍ତି।