ବେଲଗୁଣ୍ଠା : ବିଜେଡି ଛାଡି ବିଜେପିରେ ମିଶିଲେ ପଞ୍ଚାୟତ ପ୍ରତିନିଧି

ବେଲଗୁଣ୍ଠା ୦୮/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ପଞ୍ଚାୟତ ନିର୍ବାଚନକୁ ଆଉ ମାତ୍ର ଦେଢ଼ବର୍ଷରୁ କମ୍ ସମୟ ଥିବା ବେଳେ ଏହାକୁ ଆଖି ଆଗରେ ରଖ୍ ସୋରଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲଗୁଣ୍ଠା ଏନ୍ଏସି ଓ ବ୍ଳକରେ ନିଜର ପ୍ରତିପତ୍ତି ବଜାୟ ରଖିବା ପାଇଁ ଅଣ୍ଟା ଭିଡିଛି ଭାଜପା। ନବନିର୍ବାଚିତ ବିଧାୟକ ନୀଳମଣି ବିଷୋୟୀଙ୍କ ବଳିଷ୍ଠ ନେତୃତ୍ୱ ଓ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବ୍ଳକ୍ ଓ ଏନ୍‌ଏସିର ବହୁ ଜନପ୍ରତିନିଧ୍ ଓ କର୍ମୀ ରବିବାର ଭାଜପାରେ ଯୋଗଦାନ କରିଛନ୍ତି। ନେଟେଙ୍ଗା ମଣ୍ଡଳ ସଭାପତି ଶିବରାମ ରାଉତଙ୍କ ସଭାପତିତ୍ରରେ ଗୋବରା ମଧୁବାସନ୍ତୀ ଯାତ୍ରା ପଡିଆରେ ଅନୁଷ୍ଠିତ ମହାମିଶ୍ରଣ ପର୍ବରେ ଅନେକ ନେତା ବିଜଦ ଛାଡି ଭାଜପାରେ ସାମିଲ ହୋଇଛନ୍ତି। ଦଳରେ ନୁତନ କରି ଯୋଗଦେଇଥିବା ସମସ୍ତଙ୍କୁ ସୋରଡା ବିଧାୟକ ନୀଳମଣି ବିଷୋୟୀ ଦଳୀୟ ଟୋପି ଓ ପିନ୍ଧାଇ ଦଳକୁ ସ୍ବାଗତ କରିଛନ୍ତି।

ଆୟୋଜିତ ମିଶ୍ରଣ ପର୍ବରେ ସୋରଡା ନିର୍ବାଚନ ମଣ୍ଡଳୀ ଯୁବ ସଙ୍ଗଠକ ଜିତେନ୍ଦ୍ର କୁମାର ନାୟକ, ପୂର୍ବତନ ସରପଞ୍ଚ ଅରୁଣ ମହାପାତ୍ର, ତନରଡା ମଣ୍ଡଳ ସଭାପତି ସଞ୍ଜୟ ଜେନା, ବେଲଗୁଣ୍ଠା ନଗର ସାଂସଦ ପ୍ରତିନିଧୂ ନାରାୟଣ ସାହୁ, ବ୍ଳକ୍ ସାଂସଦ ପ୍ରତିନିଧୂ ରଞ୍ଜନ ରାଉତ, ସରପଞ୍ଚ ସତ୍ୟବାନ ସ୍ବାଇଁ, ବରିଷ୍ଠ ଯୁବ ନେତା ସନ୍ତୋଷ ମଲ୍ଲ, ବ୍ଳକ୍ ଉପାଧ୍ଯକ୍ଷା ପ୍ରମିଳା ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିବାବେଳେ ରାଜ୍ୟ ପରିଷଦ ସଦସ୍ୟ ପ୍ରହଲ୍ଲାଦ ଲେଙ୍କା ସଂଯୋଜନା କରିଥିଲେ। ଏହି ମହାମିଶ୍ରଣ ପର୍ବରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ୨ ନମ୍ବର ୱାର୍ଡ କାଉନସିଲର ଦିବ୍ୟ ରଞ୍ଜନ ଦାଶ, ୩ ନମ୍ବର କାଉନସିଲର ଲିଜା ବେହେରା,୮ ନମ୍ବର କାଉନସିଲର ପ୍ରଗତି ପାତ୍ର, ବେଣିପଲ୍ଲୀ ସରପଞ୍ଚ ଦୁର୍ଗାମାଧବ ନାୟକ,ପଞ୍ଚାୟତ ବିଜଦ ସଭାପତି ରଙ୍କନିଧୂ ରାଉତଙ୍କ ସମେତ ବହୁ ୱାର୍ଡ଼ମେମ୍ବର ଓ ଶତାଧିକ କର୍ମୀ ଯୋଗଦେଇଥିଲେ। ସେହିପରି ଗୋବରାର ଯୁବ ନେତା ସରୋଜ ସ୍ବାଇଁ, ଆଲୋକ ରାଜୁ, ୭ ଜଣ ୱାର୍ଡ଼ ମେମ୍ବର ଓ ଶତାଧ‌ିକ କର୍ମୀ, ୪୮ ନମ୍ବର ଜିଲା ପରିଷଦ ଜୋନର ବିଜଦ ପ୍ରାର୍ଥୀ ପଞ୍ଚାନନ ନାୟକ, ଇଙ୍ଗିନାଠି ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରମୋଦ ମଲ୍ଲିକ, ପାଇଲିପଡା ପଞ୍ଚାୟତର ପୂର୍ବତନ ସାଂସଦ ପ୍ରତିନିଧ ସନ୍ତୋଷ ସ୍ବାଇଁ, ପୂର୍ବତନ ସରପଞ୍ଚ ପ୍ରତିନିଧ୍ ସନ୍ତୋଷ ସାହୁ, ବେଲଗୁଣ୍ଠା ଡ୍ରାଇଭର ସଙ୍ଘ ସଭାପତି ମଧୂସୁଦନ ଜେନା, ବଡପଡା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ତଥା ଆଇନଜୀବୀ ଅଶୋକ ଜେନାଙ୍କ ସମେତ କ୍ଷତ୍ରିୟ ବରପୁର, ଧୁମୁଛାଇ, ବଡପଡା ପଞ୍ଚାୟତର ବହୁ ସଂଖ୍ୟାରେ ବିଜଦ କର୍ମୀ ଭାଜପାରେ ଯୋଗ ଦେଇଥିଲେ। ବିଧାୟକ ଶ୍ରୀ ବିଷୋୟୀ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ଦେଇ ଦଳକୁ ସ୍ବାଗତ କରିଥିଲେ। ଏହି ମହାମିଶ୍ରଣ ପର୍ବ ସୋରଡା ନିର୍ବାଚନ ମଣ୍ଡଳୀ ବିଜଦ ପାଇଁ ଶକ୍ତ ଧକ୍କା ବୋଲି ଆଲୋଚନା ହେଉଥିବାବେଳେ ଭାଜପା ଶିବିରର ଶକ୍ତି ବଢିଛି ବୋଲି ଚର୍ଚ୍ଚା ହେଉଛି।