ସୋରଡ଼ା: ୬୫୦ କିଲୋ ମହୁଲ ସହ ଶାଗୁଆନ କାଠ ଜବତ, ଜଣେ ଅଟକ

ସୋରଡ଼ା ୦୮/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବଡଗଡ ଥାନା ତଳପାତମା ଗ୍ରାମର ମିଥୁନ କୁମାର ଗୌଡ଼ ଙ୍କ ଘରେ ପୋଲିସ ଓ ବନ୍ ବିଭାଗର ଚଢ଼ାଉ । ୬୫୦ କିଲୋ ମହୁଲ ସହ ୨୧ ଖଣ୍ଡ ଶାଗୁଆନ କାଠ ଜବତ । ଥାନାରେ ଜଣେ ଅଟକ । ସୂଚନା ମୁତାବକ ବିଶେଷ ସୂତ୍ରରୁ ଖବର ପାଇ ବଡଗଡ ପୋଲିସ ଓ ବନବିଭାଗ ମିଳିତ ଭାବେ ତାଳପାତମା ଗ୍ରାମର ମିଥୁନ କୁମାର ଙ୍କ ଘରେ ଚଢ଼ାଉ କରିଥିଲା । ଯେଉଁ ଠାରୁ ବେଆଇନ ଭାବେ ଥିବା କାଠ ଓ ମହୁଲ ଜବତ କରିଥିଲା । କାଠ ଗୁଡ଼ିକ ବନବିଭାଗ ନିଜ ଅଧିନକୁ ନେବା ସହ ମହୁଲ ଗୁଡ଼ିକୁ ଅବକାରୀ ବିଭାଗ କୁ ଦିଆ ଯିବା ସୂଚନା ଦେଇଛନ୍ତି ବଡଗଡ ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ।