ଭଞ୍ଜନଗର: ଛଟେଇ ପ୍ରତିବାଦରେ ମିଟର ରିଡରଙ୍କ ବିକ୍ଷୋଭ

ଭଞ୍ଜନଗର ୧୦/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଟିପିଏସଓଡ଼ିଏଲ ର ମନମାନି ଅଭିଯୋଗ କରି ଗଞ୍ଜାମ, କନ୍ଧମାଳ ଓ ବୌଦ୍ଧ ଜିଲାର ମିଟର ରିଡର ମାନେ ଏକାଠି ହୋଇ ବୁଧବାର ବିଦ୍ୟୁତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ଅଭିଜିତ ପାଢ଼ୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ବିନା କାରଣରେ ମିଟର ରିଡର ମାନଙ୍କ ଉପରେ ଟିପିଏସଓଡ଼ିଏଲ ଦାଉ ସାଧୁଥିବା ବେଳେ ମନଇଛା ଯେତେବେଳେ ଯାହାକୁ ଚାହିଁବ କାର୍ଯ୍ୟରୁ ଛଟେଇ ଦେଉଥିବା ଅଭିଯୋଗ ହୋଇଛି। ଗତ ଏକ ମାସ ପୂର୍ବେ ମିଟର ରିଡର ଭାବେ କାମ କରୁଥିବା ଭଞ୍ଜନଗରର ଅରକ୍ଷିତ ପରିଛା ଙ୍କୁ ଛଟେଇ ଦେଇଥିବାରୁ ବୁଧବାର ମିଟର ରିଡର ମାନେ ଏକାଠି ହୋଇ କାର୍ଯ୍ୟକୁ ସମୂହ ବନ୍ଦକରିବା ସହ ପୁନଃ ନିଯୁକ୍ତି ପାଇଁ ଦାବି କରିଛନ୍ତି । ପୂର୍ବରୁ ବିଭିନ୍ନ ସମୟରେ ନିରୀହ ରିଡର କର୍ମଚାରୀଙ୍କୁ ବିନା କାରଣରେ ଛଟେଇ ଅଭିଯୋଗ ହୋଇଛି। ଭଞ୍ଜନଗର ବ୍ୟତିତ ଦକ୍ଷିଣାଞ୍ଚଳର ଆଠଗୋଟି ଜିଲ୍ଲାର ମିଟର ରିଡର ମାନେ ନିଜ ନିଜ କାର୍ଯ୍ୟ ବନ୍ଦ କରି ସେଠିକାର ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପୁର୍ବରୁ ରାୟଗଡାର ଜଣେ କର୍ମଚାରୀ ଛଟେଇ ହୋଇଥିବା ବେଳେ ଭଞ୍ଜନଗର ରେ ମଧ୍ୟ ଜଣେ ମିର ରିଡର ଛଟେଇ ହୋଇଛନ୍ତି। ଏହି ସବୁ ବିଷୟ କୁ ଧ୍ୟାନ ଦେଇ ଭୁଲ୍ କରୁଥିବା ଷ୍ଟାଫ୍ ଙ୍କୁ କାର୍ଯ୍ୟାନୁଷ୍ଠାନ ବା ଦଣ୍ଡନୀୟ ଠିକ୍, କିନ୍ତୁ ସମ୍ପୂର୍ଣ କାର୍ଯ୍ୟରୁ ବାସନ୍ଦ ନ କରିବା ନିମନ୍ତେ ମିଟର ରିଡର ସଂଘ ପକ୍ଷରୁ ଟିପିଏସଓଡିଏଲ କୁ ନିବେଦନ କରାଯାଇଛି।