ଜିଲ୍ଳା ସ୍ତରୀୟ ଶିଶୁଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଭଞ୍ଜନଗର :-୧୪/୧୨ ( ଅମରେନ୍ଦ୍ର କୁମାର ପଟ୍ଟନାୟକ )ସ୍ଥାନୀୟ ସରକାରୀ ଉପେନ୍ଦ୍ରଭଞ୍ଜ ଉଚ୍ଚ ବିଦ୍ୟାଳୟ ଠାରେ ଓଷ୍ଟl ତରଫରୁ ଆୟୋଜିତ ଗଞ୍ଜାମ ଜିଲ୍ଲା ସ୍ତରୀୟ ଶିଶୁଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ସନ୍ତୋଷ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନଶିକ୍ଷକ ମଦନ ମୋହନ ରଥ ଉପସ୍ଥିତ କର୍ମକର୍ତ୍ତା ମାନଙ୍କୁ ସ୍ୱାଗତ କରିବାପରେ ଜିଲ୍ଲା ସମ୍ପାଦକ ବିଜୟ କୁମାର ବେହେରା ଏହା ଉପରେ ମତାମତ ଦେଇ ବିଗତ ବର୍ଷର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ l ସର୍ବସମ୍ମତି କ୍ରମେ ଶିଶୁଉତ୍ସବକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାପାଇଁ କେତୋଟି ବିଭାଗ ଗଠନ କରି ଏହାର ଦାୟିତ୍ୱ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ଦିଆଗଲା l ଏଥିସହ ଦଶଟି ପ୍ରତିଯୋଗିତାକୁ ପରିଚାଳନା ସହ ବିଚାରକ ଭାବେ ତିରିଶ ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି l ଉଦଘାଟନୀ ଓ ଉଦଯାପନୀ ପାଇଁ ଅତିଥି ସହ ଯୋଗାଯୋଗ କରିବାପାଇଁ ନିଷ୍ପତ୍ତି ନିଆଗଲା l ପ୍ରତିଯୋଗୀ ଓ ଗାଇଡ଼ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ରହିବା, ଖାଇବା, ଶୋଭାଯାତ୍ରା ଓ ବେଲେଶ୍ୱର ମନ୍ଦିର, ବିଜୁପଟ୍ଟନାୟକ ପାର୍କ ବୁଲିବା ଉପରେ ବିଶୃତ ଆଲୋଚନା କରାଯାଇଛି lସମସ୍ତ ଆଲୋଚନାରେ ଆଲୋଷ୍ଟl ରାଜ୍ୟ ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ଦିଲ୍ଲୀପ କୁମାର ସ୍ୱାଇଁ, ବାସନ୍ତୀ ପାଣିଗ୍ରାହୀ, ପ୍ରମୋଦ କୁମାର ଗୌଡ଼, ଶୁଳପାଣି ଶତପଥୀ, ଲଷ୍ମୀନାରାୟଣ ପାତ୍ର, ପ୍ରିୟ ରଞ୍ଜନ ପ୍ରଧାନ ଯୋଗଦେଇ ଏହାକୁ ଶୃଙ୍ଖଳା ର ସହ ସଫଳ କରିବା ଉପରେ ମତାମତ ରଖିଥିଲେ l ଏହା ଆସନ୍ତା ୨୦ ଓ ୨୧ ଦୁଇଦିନ ଧରି ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ, ଭଞ୍ଜନଗରରେ ଅନୁଷ୍ଠିତ ହୋଇ ଜିଲ୍ଲାର ୨୨ ଟି ବ୍ଲକ ଓ ବ୍ରହ୍ମପୁର କର୍ପୋରେସନରେ ହୋଇଥିବା ଶିଶୁଉତ୍ସବର ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀ ମାନେ ଏଥିରେ ଭାଗ ନେଉଥିବl ବିଷୟ ସମ୍ପାଦକ କହିଥିଲେ lଜିଲ୍ଳା ସ୍ତରରୁ ପ୍ରତି ବିଭାଗରେ ପ୍ରଥମ ହୋଇଥିବା କୃତୀ ଛାତ୍ରଛାତ୍ରୀ ଆସନ୍ତା ୨୬, ୨୭, ୨୮ ଓ ୨୯ ରେ କଟକ ଠାରେ ହେଉଥିବା ରାଜ୍ୟ ସ୍ତରୀୟ ଶିଶୁଉତ୍ସବରେ ଭାଗ ନେବେ lଏହାର ସମସ୍ତ ଖର୍ଚ୍ଚ ଓଷ୍ଟl ରାଜ୍ୟ ସଂଘ ବହନ କରିବ l ଜିଲ୍ଲା ଓଷ୍ଟl ସଂଗଠନର ଅନୁରୋଧ କ୍ରମେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ ପ୍ରକାରେ ପ୍ରଧାନଶିକ୍ଷକ ମଦନ ମୋହନ ରଥ କାର୍ଯ୍ୟକ୍ରମକୁ ସହଯୋଗ ସହ ସଫଳ କରିବା ପାଇଁ କହିଥିଲେ l ଶେଷରେ ପ୍ରଧାନଶିକ୍ଷକ ତଥା ଓଷ୍ଟl କର୍ମକର୍ତ୍ତା ପ୍ରମୋଦ କୁମାର ଗୌଡ଼ ଧନ୍ୟବାଦ ପ୍ରଦାନ କରିଥିଲେ l