ଦକ୍ଷିଣ ଆଫ୍ରିକା ୧୧୭ ରନରେଅଲ ଆଉଟ, ଭାରତ ଆଗରେ ୧୧୮ ରନର ବିଜୟ ଲକ୍ଷ୍ୟ

ଭାରତ-ଦକ୍ଷିଣ ଆଫ୍ରିକା ୩ୟ ଟି-୨୦ରେ ୧୧୭ ରନରେ ଅଲଆଉଟ ହୋଇଛି ଦକ୍ଷିଣ ଆଫ୍ରିକା । ଫଳରେ ଭାରତ ଆଗରେ ରହିଛି ୧୧୮ ରନର ବିଜୟ ଲକ୍ଷ୍ୟ । ଭାରତ ଖେଳାଳିଙ୍କ ବୋଲିଙ୍ଗର ସାମ୍ନା କରି ପାରିଲେନି ଦକ୍ଷିଣ ଆଫ୍ରିକା ଖେଳାଳି । ଜଣେ ପରେ ଜଣେ ଖେଳାଳି ଏକ ସଂଖ୍ୟକ ରନ କରି ଫେରିଯାଇଥିଲେ ।ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଦକ୍ଷିଣ ଆଫ୍ରିକାର ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ଘଟିଥିଲା । ଦଳ ଶେଷ ପର୍ଯ୍ୟନ୍ତ ବିପର୍ଯ୍ୟୟରୁ ଉଦ୍ଧାର ପାଇପାରିନଥିଲା ଦଳ । ଏକ ବଡ଼ ସ୍କୋର କରିବା ପରିବର୍ତ୍ତେ ଜଣେ ପରେ ଜଣେ ଖେଳାଳି ପାରି ଫେରିଯାଇଥିଲେ । ଦଳ ପକ୍ଷରୁ କେବଳ ଆଇଡେନ ମାର୍କରାମ ଦୀର୍ଘ ସମୟ ରହି ୬୧ ରନର ଏକ ଭଲ ଇନିଂସ ଖେଳିଥିଲେ । ସେହିପରି ଡୋନୋଭନ ଫରେରା ୨୦ ରନ କରିଥିଲେ । ଅଧିକାଂଶ ଖେଳାଳି ଖାତା ବି ଖୋଲି ପରି ନ ଥିଲେ ।ଭାରତ ପକ୍ଷରୁ ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତି, କୂଳଦୀପ ଯାଦବ ଓ ଅର୍ଶଦୀପ ସିଂ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ଶିବମ ଦୁବେ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।