
ଭଞ୍ଜନଗର ୧୭/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଗତ ମଙ୍ଗବାର ଦିନ ୧୬/୧୨/୨୬ ପୂର୍ବାହ୍ନ ୧୧ଘଣ୍ଟା ସମୟରେ ଘୁମୁସର ନିଖିଳ ଉତ୍କଳ ଖଡୁରା ସମାଜର ମାସିକ ସଂକ୍ରାନ୍ତି ବୈଠକ ବାଉଁଶଲୁଣ୍ଡି ସ୍ଥିତ ପାଟଖଣ୍ଡା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ପେଣ୍ଠ ଉପସଭାପତି ଦଣ୍ଡପାଣି ନାୟକ ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥିଭାବେ କଳାହାଣ୍ଡି ଜିଲ୍ଲା ସଂଯୋଜକ ନରସିଂହ ନାୟକ ଯୋଗ ଦେଇଥିଲେ। ମୁଖ୍ୟ ଅତିଥିଙ୍କୁ ସଭାପତି ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା କରିବା ସହ ସ୍ୱାଗତ କରିଥିଲେ। ପରେ ପରେ ସମ୍ପାଦକ ସୁରେନ୍ଦ୍ର ବେହେରା ପୂର୍ବ ବୈଠକରେ ବିବରଣୀ ପାଠ କରି ଅନୁମୋଦନ କରାଇଥିଲେ। ମୁଖ୍ୟ ଅତିଥି ବାର୍ଷିକ ଚାନ୍ଦା ପୈଠ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିବା ସହ ପେଣ୍ଠର ଯେଉଁମାନେ ନିଜ ପିତାମାତାଙ୍କୁ ଅବହେଳା କରୁଛନ୍ତି ତାହା ରାଜ୍ୟ ସଂଘର ଦୃଷ୍ଟିକୁ ଆଣି ଆମେ ସମାଧାନ କରିପାରିଲେ ଆମ ସମାଜ ଗଠନ ଉଦ୍ଦେଶ୍ୟ ସାର୍ଥକ ହେବ। ବୈଠକରେ ୨୦୨୬ ମସିହାର ଖଡୁରା ସମାଜର କ୍ୟାଲେଣ୍ଡର ବଣ୍ଟନ କରାଯାଇଥିଲା। ଓ ଆସନ୍ତା ଜାନୁଆରୀ ୫ ତାରିଖ ସୋମବାର ଦିନ କୁଲାଡ଼ ତଳ ବ୍ୟାଘ୍ରଦେବୀ ପୀଠରେ ପହିଲି ଭୋଗର ବ୍ୟବସ୍ଥା କରାଯାଇଥିବା ଘୋଷଣା କରାଗଲା। ଶେଷରେ ପେଣ୍ଠର ସଦସ୍ୟ ରବୀନ୍ଦ୍ର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ କରାଯାଇଥିଲା।