ରାସ୍ତାମଝିରେ ଅସନାପାଣି, ଗ୍ରାମବାସୀ ଙ୍କ ମଧ୍ୟ୍ୟରେ ତ୍ରିବ୍ର ଅସନ୍ତୋଷ । ଲୋକଙ୍କୁ ବୁଝାଇବାରେ ପ୍ରଶାସନ ବିଫଳ

କଳାହାଣ୍ଡି (ପର୍ଶୁରାମ ସିନ୍ଦୂର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଯୋଲକୋ ଗ୍ରାମ ମୁଖ୍ୟ ଚଲାପଥ ରାସ୍ତା । ଯେଉଁ ରାସ୍ତା ରେ ଗ୍ରାମବାସୀ ପେଟ ପାଟଣା ପାଇଁ ନୀତି ଦିନ ନିଜ କାମ କାର୍ଯ୍ୟ ରେ ଯାଆନ୍ତି । ଯଥା ଶୁଭ କାମରେ ମନ୍ଦିର ଯାଆନ୍ତି । ଗ୍ରାମର ଅନେକ ଶୋଭାଯାତ୍ରା ବାହାରେ । ସେହିରାସ୍ତାରେ ଉଦେଶ୍ୟ ମୂଳକ ଭାବେ ଗାଁର କିଛି ପରିବାର ଙ୍କ ଅସାବଧାନତା ଯୋଗୁ ଘରେ ବ୍ୟବହୃତ ଗାଧୁଆ ପାଣି, ବାସନ ଧୁଆ ପାଣି ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଅପରିଷ୍କାର ପାଣି ଦୀର୍ଘ ସମୟ ଧରି ରାସ୍ତା ମଝିରେ ଜମିରହୁଥିବାରୁ ମଶା ମାଛି ଦ୍ଵାରା ଅନେକ ମାରାତ୍ମକ ରୋଗ ସଂକ୍ରମଣ ହେବା ଦେଖାଯାଉଛି । ପାଣି ରାସ୍ତା ଉପରେ ବହୁଥିବା ଦେଖିବାକୁ ମିଳୁଛି। ଅସନା ପାଣି କାଦୁଅ ପଚ ପଚ ହେଉଥିବା ବେଳେ କେତେବେଳେ ଯେ କେଉଁ ସାଇକେଲ ଚାଳକ କିମ୍ବା ବାଇକ ଆରୋହି କାଦୁଅ ରେ ଖସି ଦୁର୍ଘଟଣାର ଶିକାରହେବ ତାହା କହି ହେବ ନାହିଁ । ସେହିରାସ୍ତା ଦେଇ ଯାତାୟାତ କଷ୍ଟକର ହେଉଥିବା ପରିଲକ୍ଷିତ ହେଇଛି । ଏହି ବାବଦରେ ଗାଁ ରେ ମଧ୍ୟ୍ୟ ସଭା ସମିତି ହେଇଥିଲା । ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା । ତାପରେ ପାଣିଖାଲ ଘରେ ଘରେ ତିଆରି କରି ଦିଆଗଲା। ହେଲେ ବି ବିଶୃଙ୍ଖଳା ଜାରି ରହିଅଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଆମେ ପଞ୍ଚାୟତ, ବ୍ଲକ, କେସିଙ୍ଗା ଆଦର୍ଶ ଥାନା ଙ୍କୁ ମଧ୍ୟ୍ୟ ଜଣାଇଥିଲୁ, ସମସ୍ତେ ଆସି ଗାଁରେ ରହୁଥିବା ଗ୍ରାମବାସୀଙ୍କୁ ସଚେତନ କରିଥିଲେ । ତାପରେ କିଛି ଦିନ ଠିକ ରହିବା ପରେ ପ୍ରଶାସନ କଥା ମଧ୍ୟ ଶୁଣିଲେନାହିଁ। ଏନେଇ ଜିଲ୍ଲାପାଳଙ୍କୁ ଜଣେଇବେ ବୋଲି ଗ୍ରାମବାସୀ ମତ ବ୍ୟକ୍ତ କରିଛନ୍ତି । ତା ସହିତ ଆଗାମୀଦିନରେ ଏହି ବିଶୃଙ୍ଖଳା ଜାରିରହେ ତାହେଲେ ଆଇନ ଗତ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ପାଇଁ ଗ୍ରାମବାସୀ ଆଗେଇ ଆସିବେ ବୋଲି ମତ ପ୍ରକାଶ କରିଛନ୍ତି । ଦେଖିବାକୁ ବାକିରହିଲା ଉପର କାର୍ଯ୍ୟରତ ପ୍ରଶାସନ ଅଧିକାରୀ କେବେ ଦୃଷ୍ଟି ଦେବେ। ସରକାର ନାରା ଦେଉଥିବା ବିକଶିତ ଗ୍ରାମ ବିକଶିତ ଓଡିଶା ନାରା କେବଳ ନାରା ରେ ହି ସୀମିତ ରହିଛି । କେବେ ଓ କେତେବେଳେ ଏହି ଯୋଜନା ଅଧୀନରେ କାମକରୁଥିବା ଲୋକପ୍ରତିନିଧି ଓ ପ୍ରଶାସନ ଅଧିକାରୀ ଦୃଷ୍ଟି ଦେବେ ଗ୍ରାମବାସୀ ଚାହିଁ ବସିଛନ୍ତି।