
ପ୍ରସିଦ୍ଧ ବଲିଉଡ ଗାୟକ କୁମାର ସାନୁ ବା ସାନୁ ଭଟ୍ଟାଚାର୍ଯ୍ୟ ତାଙ୍କ ପୂର୍ବତନ ପତ୍ନୀଙ୍କ ନାମରେ ୩୦ ଲକ୍ଷ ଟଙ୍କାର ମାନହାନି ମାମଲା ଦାୟର କରିଛନ୍ତି। ପୂର୍ବତନ ପତ୍ନୀ ରୀତା ଭଟ୍ଟଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି । କୁମାର ସାନୁ ତାଙ୍କ ଓକିଲ ସନା ରଇସ ଖାନଙ୍କ ମାଧ୍ୟମରେ ମୁମ୍ବାଇ ହାଇକୋର୍ଟରେ ୫୦ କୋଟିର ମାମଲା ଦାୟର କରିଛନ୍ତି। ପୂର୍ବତନ ପତ୍ନୀ ରୀତା ଭଟ୍ଟାଚାର୍ଯ୍ୟ ଏବଂ ତାଙ୍କ ପରିବାର ବିରୁଦ୍ଧରେ ମାମଲା ଦାୟର ହୋଇଛି ।ସେପ୍ଟେମ୍ବର ୨୦୨୫ରେ ରୀତାଙ୍କ ସାକ୍ଷାତକାର ପରେ ସାନୁ ଏହି ପଦକ୍ଷେପ ନେଇଛନ୍ତି । ଏହି ସାକ୍ଷାତକାରରେ ରୀତା ତାଙ୍କର ମର୍ଯ୍ୟାଦା ହାନି ହେଲା ଭଳି କଥା କହିଥିଲେ । ସେ ଗର୍ଭବତୀ ଥିଲା ବେଳେ ସାନୁ ତାଙ୍କୁ ଭୋକିଲା ରଖୁଥିଲେ । ଏମିତିକି ରୋଷେଇ ଘରେ ତାଲା ପକାଇ ଦେଉଥିଲେ । ତାଙ୍କ ଚିକିତ୍ସା ବ୍ୟବସ୍ଥା କରୁ ନଥିଲେ କି କ୍ଷୀର ଟିକେ ପିଇବାକୁ ଦେଉ ନଥିଲେ । ବିଭିନ୍ନ ମହିଳାଙ୍କ ସହ ସମ୍ପର୍କ ରଖି ସାନୁ ତାଙ୍କ ଠାରୁ ଦୂରେଇ ରହୁଥିଲେ ବୋଲି ରୀତା କହିଥିଲେ ।ସାନୁ ବମ୍ବେ ହାଇକୋର୍ଟର ତାଙ୍କ ଆବେଦନରେ କହିଛନ୍ତି ଯେ ୨୦୦୧ରେ ଛାଡପତ୍ର ସମୟରେ ହୋଇଥିବା ସମ୍ମତି ସର୍ତ୍ତାବଳି ଅନୁଯାୟୀ କେହି କାହା ବିରୋଧରେ କୌଣସି ଅଭିଯୋଗ ଆଣିବେ ନାହିଁ । ଏହାକୁ ରୀତା ଭଙ୍ଗ କରିଥିବା ସେ ଅଭିଯୋଗ କରିଛନ୍ତି । ସିଦ୍ଧାର୍ଥ କନ୍ନନଙ୍କ ସହିତ ଏକ ସାକ୍ଷାତକାରରେ ରୀତା ଅନେକ ଅଭିଯୋଗ ଆଣିଥିଲେ କୁମାର ସାନୁଙ୍କ ନାମରେ ।