ଭିଜିଲାନ୍ସ ଜାଲରେ ତହସିଲଦାର, ୩୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ

ଯାଜପୁର : ଭିଜିଲାନ୍ସ ଜାଲରେ ତହସିଲଦାର। ୩୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ। ଯାଜପୁର ବିଞ୍ଝାରପୁରର ଅତିରିକ୍ତ ତହସିଲଦାର ପ୍ରଦୀପ୍ତ କୁମାର ସେଠୀଙ୍କୁ ଗିରଫ କଲା ଭିଜିଲାନ୍ସ। ଜଣେ ଜମି ମାଲିକଙ୍କର ଡିମାର୍କେସନକୁ ନିଜ ସପକ୍ଷରେ କରିବାକୁ ସେ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ସନ୍ଧ୍ୟାରେ ଅଲାରପୁର ସ୍ଥିତ ବାସଭବନରେ ଟଙ୍କା ନେବା ସମୟରେ କାବୁ କରିଥିଲା ଭିଜିଲାନ୍ସ। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ ହୋଇଛି। ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଜମି ଚିହ୍ନଟରେ ସାହାଯ୍ୟ କରିବା ପାଇଁ ସେ ଏହି ଟଙ୍କା ନେଉଥିଲେ।