
ଜଗନ୍ନାଥ ପ୍ରସାଦ ୧୯/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଶୀତବସ୍ତ୍ର ବଣ୍ଟନ । ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କ୍ଷେତମୁଣ୍ଡାଳୀ ଗ୍ରାମ ପଞ୍ଚାୟତ ଠାରେ ଜଗନ୍ନାଥ ପ୍ରସାଦ ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବା ହୃଦୟରୁ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଗ୍ରାମବାସୀଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା । ପଞ୍ଚାୟତ ର ଦୁବପଲ୍ଲି, ସିସୁଣ୍ଡା, କ୍ଷେତମୁଣ୍ଡାଳୀ, ତିରିଗୋଛା ଏବଂ ବିଲୁଅମାରା ଭଳି ଅନେକ ଉପାନ୍ତ ଅଞ୍ଚଳରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପଞ୍ଚାୟତର ୫୦ ରୁ ଉର୍ଦ୍ଧ୍ବ ଅସହାୟଙ୍କୁ କମ୍ବଳ ପ୍ରଦାନ କରାଯାଇଥିବା ଅନୁଷ୍ଠାନର ସଭାପତି, ସମ୍ପାଦକଙ୍କ ସମେତ ଅନେକ ସଦସ୍ୟ ଯୋଗ ଦେଇଥିଲେ । ଏହା ସହ ଶୀତର ସାଥୀ କାର୍ଯ୍ୟକ୍ରମ ମାଧ୍ୟମରେ ଏପରି ଏକ ସେବାକାର୍ଯ୍ୟ ଯାହା ଅଞ୍ଚଳ ବାସୀଙ୍କର ମନରେ ଏକ ପ୍ରକାର ଖୁସିର ଲହରୀ ଖେଳିଯାଇଛି ।