ଭଞ୍ଜନଗର ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ

ଭଞ୍ଜନଗର ୨୦/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଆରଏମସି ପଡିଆରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଉଦଯାପିତ ଦିବସରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ଯୋଗଦେଇ ପୁର୍ବରୁ କିଭଳି ନକଲି ଚାଷୀ ମାନେ ସରକାରୀ ଯୋଜନାକୁ ବାଟ ମାରଣା କରି ଚାଷୀଙ୍କ ପାଇଁ ଆସୁଥିବା ସାମଗ୍ରୀ ଲୁଟି ନେଉଥିଲେ କହିବା ସହ ପୁର୍ବ ସରକାର ଉପରେ ବର୍ଷିଥିଲେ। ବର୍ତମାନ ଚାଷୀଙ୍କ ଠାରୁ ୩୧୦୦ ଟଙ୍କା ରେ ଧାନ କିଣାଯାଉଛି। ଏହା ସହ କୃଷି ଓ କୃଷକ ଙ୍କ ବିକାଶ ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ବାବଦରେ କହିବା ସହ କୃଷି କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନ କୌଶଳର ଉପଯୋଗ କରି ଚାଷୀ ମାନେ କିଭଳି ସରକାରଙ୍କ ସମସ୍ତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଲାଭ ପାଇବେ ବିଧାୟକ ଶ୍ରୀ ନାୟକ ସେହିଉପରେ ଗୁରୁତ୍ବ ଦେଇଥିଲେ।

ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ
ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡ. ଅଜୟ କୁମାର କର,ଘୁମୁସର ଜିଲ୍ଲା ସଭାପତି ନିଳମାଧବ ପାତ୍ର,ନଗର ସାଂସଦ ପ୍ରତିନିଧି ସନ୍ତୋଷ କୁମାର ତିଆଡି,ଭଞ୍ଜନଗର ବ୍ଲକ ଅତ୍ମା ଅଧ୍ୟକ୍ଷ ତିର୍ଥବାସୀ ଦଳେଇ,ଜିଲ୍ଲା କୃଷି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରବିନାରାୟଣ ମିଶ୍ର,ଭାଜପା ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ବିଷ୍ଣୁପ୍ରସାଦ ପ୍ରଧାନ, ଜିଲ୍ଲା ମୋର୍ଚ୍ଚା କୃଷକ ମୋର୍ଚ୍ଚା ସଭାପତି ମାନସ ଜେନା ପ୍ରମୁଖ ମଞ୍ଚାସିନ ଥିଲେ। ଏହା ସହ ଏହି ମେଳାରେ କୃଷି ତଥା ଆନୁସଙ୍ଗିକ ବିଭାଗ ଦ୍ବାରା ବିଭିନ୍ନ ଷ୍ଟଲ ଖୋଲାଯାଇଥିଲା।ମେଳାରେ ଟ୍ରାକ୍ଟର, ପାଓ୍ବାରଟିଲର,ଧାନ ଅମଳ, ଧାନ ରୁଆ, ମଞ୍ଜି ସଫା, ରୋଟାଭେଟର,ଘାସ ଛେଦନ, କୋଡ଼ାଖୁସା, ଘାସ କଟା, ଗାତ ଖୋଳା,ଧାନ କଳ, ମକା ଛଡ଼ା, ଡାଲି କଳ, ତେଲ କଳ, ମୁଢ଼ି ମିଲ୍, ବିହନ ବୁଣା, ସାର ବୁଣା ଓ ଔଷଧ ସିଞ୍ଚନ ଭଳି ବିଭିନ୍ନ କୃଷି ଯନ୍ତ୍ରପାତି ରିହାତି ଦରରେ ବିକ୍ରି ହେବା ସହ ପ୍ରଦର୍ଶିତ ହୋଇଥିଲା।ଶେଷରେ ଭଞ୍ଜନଗର କୃଷି ଜିଲ୍ଲା ଅଧିକାରୀ ବ୍ୟମୋକେଶ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ।