
ବ୍ରହ୍ମପୁର:୨୫/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ନିମଖଣ୍ଡି ଥାନା ଅନ୍ତର୍ଗତ ସାଇ ବିହାରରେ ରହୁଥିବା ସୁଧାଂଶୁ ଶେଖର ପାଣିଗ୍ରାହୀଙ୍କ ଘରୁ ବଡ଼ ଧରଣରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୁତ୍ତମାନେ ଉକ୍ତ ତାଲା ବନ୍ଦ ଘରେ ପସି ୮ ତୋଳାରୁ ଉର୍ଦ୍ଧ୍ବ ସୁନା ଅଳଙ୍କାର ଓ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଜଣାପଡିଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆଖ ପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି ।