ତନରଡ଼ା ସ୍ଥିତ ଅଷ୍ଟମ ସ୍ୱତନ୍ତ୍ର ଭାରତ ସରଂକ୍ଷିତ ବାହିନୀ ତରଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭଞ୍ଜନଗର ୦୧/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ତନରଡ଼ା ଅଷ୍ଟମ ସ୍ୱତନ୍ତ୍ର ଭାରତ ସରଂକ୍ଷିତ ବାହିନୀ ତରଫରୁ ପ୍ରଥମ ଥର ଏକ ବନ୍ଧୁମିଳନ ତଥା ଖେଳକୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ଉପ ଦୁର୍ଗପତି ଲଳିତ କୁମାର ବାଘଙ୍କ ନେତୃତ୍ୱରେ ସହକାରୀ ଦୁର୍ଗପତି ମନୋରଞ୍ଜନ ତରାଇଙ୍କ ପରିଚାଳନାରେ ମୁଖ୍ୟ ଅତିଥି ଦୁର୍ଗପତି ସୁଧାକର ମିଶ୍ର ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅହରହ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷ ମାନେ ଯଥା ସହକାରୀ ଦୁର୍ଗପତି ସଫାକତ ଖାନ, ଅତିଶ କୁମାର ସାହୁ, ରଂଜିତ କୁମାର ବାର୍ଲା ନିରୀକ୍ଷକ ଅମିତ କୁମାର ଏକ୍କା, ଲକ୍ଷ୍ମୀ କାନ୍ତ ନାୟକ, ଏମଡି. ସଫାକତ ଖାନ, ଯଶକେତନ ଛାତ୍ରିୟା ଉପ ନିରୀକ୍ଷକ ବନବାସୀ ପାଣିଗ୍ରାହୀ ବରିଷ୍ଠ ହାବିଲଦାର ଲିଙ୍ଗରାଜ ପ୍ରସାଦ ପାଢୀ, ଅନିଲ କୁମାର ମୋହିନୀ, କିଶୋର କୁମାର ନାୟକ, ପ୍ରେମ ପଟ୍ଟନାୟକ, ପ୍ରହଲ୍ଲାଦ ରାଉତ, ଜଗନ୍ନାଥ ବିଷୋୟୀ, ଲକ୍ଷ୍ମୀ ନାରାୟଣ ପ୍ରଧାନ, ଅଲେଖ ନାୟକ, ହେମକାନ୍ତ ନାୟକ, ଅଞ୍ଜନ କୁମାର ପ୍ରଧାନ ଯବାନ ମାନଙ୍କ ମଧ୍ୟରେ ବାପି ଦଳେଇ, ବି ଏଲ ମୋହନ ପାତ୍ର ପ୍ରଭାତ ପ୍ରଧାନ, ସୁନୀଲ ନାହାକ, ପୁଷ୍ପନ୍ତ ମାହାଙ୍କୁଡ଼ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ବିଭିନ୍ନ ପ୍ରକାର ଖେଳ ଆୟୋଜନ କରିବା ସହ ମୁଖ୍ୟ ଅତିଥିଙ୍କ କରକମଳରୁ ବିଭିନ୍ନ ଖେଳରେ ବିଜୟୀ ହୋଇଥିବା ଛୋଟ ଛୁଆ ଠାରୁ ଆରମ୍ଭ କରି ବଡ଼ ମାନଙ୍କୁ ପ୍ରଥମ, ଦ୍ବିତୀୟ, ତୃତୀୟ ପୁରସ୍କାର ବିତରଣ କରାଯାଇଥିଲା ଏବଂ ପରିଶେଷରେ ଖୁସି ଏବଂ ଆନନ୍ଦ ର ସହ ମିଶ୍ରିତ ଭାବେ ସୁସ୍ୱାଦ ବିଭିନ୍ନ ପ୍ରକାର ବ୍ୟଞ୍ଜନ ଖାଦ୍ୟ ଭୋଜନ କରି ବନ୍ଧୁ ମିଳନ କାର୍ଯ୍ୟ କୁ ସଫଳ କରିଥିଲେ।