ରାଜ୍ୟର ଶ୍ରେଷ୍ଠ ୧୦ମ ସ୍ଥାନରେ ଧରାକୋଟ ଥାନା

ଧରାକୋଟ ୦୨/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଓଡିଶା ସରକାଙ୍କ ଗୃହ ବିଭାଗ ର କ୍ରାଇମ୍ ଆଣ୍ଡ୍ କ୍ରିମିନାଲ୍ ଟ୍ରାକିଂ ନେଟୱାର୍କ ଆଣ୍ଡ୍ ସିଷ୍ଟମ୍ସ,ରେ ରାଜ୍ୟର ୬୪୩ ଥାନା ମଧ୍ୟରୁ ଧରାକୋଟ ଥାନା ଦଶମ ସ୍ଥାନରେ ରହିଛି l ଭାରତ ସରକାରଙ୍କ ଦ୍ୱାରା ଏକ ସମନ୍ୱିତ ଇ-ଗଭର୍ଣ୍ଣାନ୍ସ ପ୍ରକଳ୍ପ ଯାହା ଦେଶବ୍ୟାପୀ ସମସ୍ତ ପୋଲିସ ଷ୍ଟେସନକୁ ଅପରାଧ ତଥ୍ୟ, ତଦନ୍ତ ଏବଂ ନାଗରିକ ସେବା ପରିଚାଳନା ପାଇଁ ଏକ ସାଧାରଣ ସଫ୍ଟୱେର୍ ସହିତ ସଂଯୋଗ କରି ପୋଲିସିଂକୁ ଆଧୁନିକୀକରଣ କରିଥାଏ। ଏହା ଅପରାଧ ଏବଂ ଅପରାଧ ଟ୍ରାକିଂ ପାଇଁ ଏକ କେନ୍ଦ୍ରୀକୃତ, ପ୍ରକୃତ-ସମୟ ଡାଟାବେସ୍ ମାଧ୍ୟମରେ ଆଇନ ପ୍ରବର୍ତ୍ତନ ଦକ୍ଷତା ବୃଦ୍ଧି କରିବା, ଉତ୍ତମ ତଦନ୍ତ ଏବଂ ନୀତି ନିର୍ଦ୍ଧାରଣକୁ ସମର୍ଥନ କରିବା ଲକ୍ଷ୍ୟ ରଖିଛି। ଧରାକୋଟ ଥାନା ଅପରାଧ, ଅପରାଧୀ ଏବଂ ନିଖୋଜ ବ୍ୟକ୍ତିଙ୍କ ପ୍ରକୃତ-ସମୟ ଟ୍ରାକିଙ୍ଗ, ଅନଲାଇନ୍ ଅଭିଯୋଗ ପଞ୍ଜିକରଣ ଏବଂ ଟ୍ରାକିଂକୁ ସକ୍ଷମ କରିବା, ଆନ୍ତଃ-କାର୍ଯ୍ୟକ୍ଷମ ଅପରାଧିକ ନ୍ୟାୟ ବ୍ୟବସ୍ଥା ମାଧ୍ୟମରେ ଅନ୍ୟ ନ୍ୟାୟ ସ୍ତମ୍ଭ (ଇ-କୋର୍ଟ, ଇ-କାରାଗାର, ଇତ୍ୟାଦି) ସହିତ ସମନ୍ୱିତ କରିବା,ଡାଟା ବିଶ୍ଳେଷଣ, ରିପୋର୍ଟିଂ ଏବଂ ଏକ ବ୍ୟାପକ ଅପରାଧିକ ରେକର୍ଡ ପ୍ରଣାଳୀ ସୃଷ୍ଟି କରି ସୂଚନା ଓ ପ୍ରଜିକ୍ତି ଭିତ୍ତିଭୂମିର ବ୍ୟବହାର କରିବାରେ ସଫଳତା ଲାଭ କରିଛି l ଧରାକୋଟ ଥାନା ଅଧିକାରି ଚନ୍ଦ୍ରିକା ସ୍ବାଇଁ ଗତ ୧୫/୦୭/୨୪ ରେ ଯୋଗ ଦେବା ଠାରୁ ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ, ଅଭିଯୋଗର ସଠିକ ନ୍ୟାୟ,ସଫଳ ଟିମ ୱାର୍କ, ଅଧିନସ୍ଥ କର୍ମଚାରୀଙ୍କ ସହିତ ଉତ୍ତମ ସମନ୍ୱୟ ସ୍ଥାପନ,ଅପରାଧ ଦମନ, ଆଇ ଆଇ ସି ଙ୍କ କାର୍ଯ୍ଯ ଦକ୍ଷତା, ଭିତ୍ତିଭୂମି ର ସୁଦୃଢ଼ୀକରଣ, ମହିଳା ଓ ଶିଶୁ ମାନଙ୍କ ପ୍ରତି ନ୍ୟାୟିକ ଭରଷା ଓ ଉତ୍ତମ ଆଚରଣ ସାଙ୍ଗକୁ ସର୍ବୋପରି ପରିବେଶର ସୁରକ୍ଷା ଓ ସ୍ବଚ୍ଛତା ବଜାୟ ରଖିବା ଯୋଗୁଁ ଧରାକୋଟ ଥାନା ସମଗ୍ର ରାଜ୍ୟରେ ଦଶମ ସ୍ଥାନ ଭିତରେ ରହି ପ୍ରଶଂସା ସାଉଁଟି ଛି । ଯାହାକି ଖାଲି ଧରାକୋଟ ନୁହେଁ ଗଂଜାମ ଜିଲ୍ଲାର ଗୌରବ ବଢ଼ାଇଛି । ଏଣୁ ଏଠାରେ କାର୍ଯ୍ୟରତ ଥିବା ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁଙ୍କୁ ଆସିକା ସାମ୍ବାଦିକ ସଙ୍ଘ ର ଯୁବ ସାମ୍ବାଦିକ ହରିହର ପାଢ଼ୀ, ଧରାକୋଟ ପ୍ରେସ କ୍ଳବ ର ପୂର୍ବତନ ସଭାପତି ହୃଦୟାନନ୍ଦ ଜେନା, ସମେତ ଧରାକୋଟ ଅଞ୍ଚଳ ବାସି ଙ୍କ ତରଫରୁ ହୃଦୟରୁ ଶୁଭେଚ୍ଛା, ଅଭିନନ୍ଦନ ଓ ଧନ୍ୟବାଦ ଜଣାଉଛି।