ଲକ୍ଷାଧିକ ଟଙ୍କାର ସରକାରୀ ଔଷଧକୁ ଲଗାଇଦେଲେ ନିଆଁ; ସିଡିଏମଓ କହିଲେ ତଦନ୍ତ କରିବେ

ଚୌଦ୍ୱାର(ଶିବବ୍ରତ ଦାସ): ସରକାର ମାଗଣାରେ ଗରିବ ଲୋକମାନଙ୍କୁ ଔଷଧ ଦେଉଥିବା ସମୟରେ କିଛି ସରକାରୀ ହସ୍ପିଟାଲ ସେହି ଔଷଧ କୁ ବଣ୍ଟନ ନକରି ଏହାକୁ ଏକ ପଥର ଖାଦାନରେ ଲୁଚାଇ ନିଆଁ ଲଗାଇ ଜାଳିଦେଇଥବାର ଦେଖାଯାଇଛି, ଅତି ଆଶ୍ଚଯ୍ୟ ର କଥା ଏଥି ମଧ୍ୟରୁ ୨୦୨୩, ୨୪, ୨୫, ମସିହାରେ ଏକ୍ସପାରି ହୋଇଥବା ଔଷଧ ରହିଛି, ଘଟଣାଟି ଘଟିଛି ଶାଳଗାଁ ପଂଚାୟତର ବାୟୁରୀ ନିକଟସ୍ଥ ଏକ ପଥର ଖାଦାନରେ,କିଛି ଯୁବକ ଭୋଜିପାଇଁ ସେଠାକୁ ଯିବା ସମୟରେ ସେମାନଙ୍କ ନଜରକୁ ଆସିଥିଲା ଏହି ଦୃଶ୍ୟ. ପ୍ରାୟ ୧୫ ଦିନ ପୂର୍ବରୁ ଏହି ଖାଦାନରେ ଔଷଧ କୁ ଫୋପାଡ଼ି ନିଆଁ ଲଗାଇଦେଇଥିଲେ, ଏଠାରୁ ମିଳିଥିବା ପଲିଥନ ରେ ଲେଖା ରହିଛି ଏହି ଔଷଧ କେବଳ ହସ୍ପିଟାଲରେ ବ୍ୟବହୃତ ହୋଇପାରିବ, ଏହି ଘଟଣାରେ ନିକଟସ୍ଥ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ଥିବା ମଧୁସ୍ମିତାଙ୍କୁ ପଚାରିବାରୁ ସେ କହିଲେ ଏଭଳି ଔଷକୁ ପୋଡିବା ପାଇଁ ନିୟମ ନାହିଁ, ସମସ୍ତ ମିୟାଦ ଶେଷ ଔଷଧକୁ ମୁଖ୍ୟ ଅଫିସ କୁ ଫେରସ୍ତ କରାଯାଏ, ଅନ୍ୟପକ୍ଷରେ ସିଡିଏମ ଓ ସହିତ ଯୋଗାଯୋଗ କରିବାରୁ ସେ ଏହି ଘଟଣାର ତଦନ୍ତ କରିବେ ବୋଲି କହିଥିଲେ ଏହି ଘଟଣାର ତଦନ୍ତ କରିବା ଆବଶ୍ୟକ କାରଣ ମାଗଣାରେ ମିଳୁଥିବା ମିୟାଦ ଶେଷ ଔଷଧ ରେ ଯଦି କୌଣସି ବ୍ୟକ୍ତି ବିଶେଷଙ୍କର ଅସୁବିଧା ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି, ଅନ୍ୟ ପକ୍ଷରେ ଯଦି ଏହି ଔଷଧର ମିଆଦ ଶେଷ ହୋଇଯାଇଛି ତାହାଲେ ରାତି ଅଧୁଆ ଜଙ୍ଗଲ ଭିତର ଖାଦାନରେ କାହିଁକି ନିଆଁ ଲଗାଇଲେ ।
ଡାକ୍ତରଖାନା ନିକଟସ୍ଥ କିମ୍ବା କିଛି ଦୂରରେ କରିପାରିଥାନ୍ତେ, ଅତି ଆଶ୍ଚର୍ଯ୍ୟ ର କଥା ସମ୍ପୂର୍ଣ ମେଡ଼ିସିନ ପୋଡ଼ିହୋଇନାହିଁ, ଏବେ ସେହି ମିଆଦ ଶେଷ ଔଷଧକୁ ପଶୁପକ୍ଷୀ ଖାଇବା ଆରମ୍ଭ କରିଛନ୍ତି, ଏପରିକି କିଛି ଯୁବକମାନେ ସେଥିରୁ ଭଲ ଅଛି ବୋଲି ଭାବି ମେଡ଼ିସିନ ନେଇଯାଉଛନ୍ତି,ଏହାର ପରିଣାମ ପାଇଁ କିଏ ଦାୟୀ ରହିବ, ଅତିବେଶିରେ ଏହି ଔଷଧକୁ ପୋତିଦେବାର ଆବଶ୍ୟକ ରହିଛି।