
ଚୌଦ୍ୱାର (ଶିବବ୍ରତ ଦାସ ) ଓଡ଼ିଶାରେ ଟାଟା ପାୱାର ର ଟି. ପି.ସି. ଓ. ଡ଼ି. ଏଲ. କମ୍ପାନୀର ମନମାନି ଓ ଲୋକମାନଙ୍କୁ କରୁଥିବା ଶୋଷଣ, ନିର୍ଯ୍ୟାତନା ନୀତିକୁ ବିରୋଧ କରି ଆଜି ସି. ପି. ଏମ. ( ମା. )ଟାଙ୍ଗୀ ଶାଖା ତରଫରୁ ଓ. ଇ. ଆର. ସି. ର ଅଧକ୍ଷ ଙ୍କୁ ଦାବିପତ୍ର ସହିତ ଟାଙ୍ଗୀ ଟାଟା ପାୱାର ଅଫିସକୁ ଘେରାଉ କରିଥିଲେ. ଟାଙ୍ଗୀ ଭଗତ ପୁର ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବିଭିନ୍ନ ସ୍ଲୋଗାନଦେଇ ଟାଙ୍ଗୀ ବିଜୁଳି ବିଭାଗର କନିଷ୍କ ପରିଚାଳକଙ୍କୁ ଅଧକ୍ଷଙ୍କ ଉଦେଶ୍ୟରେ ଦାବିପତ୍ର ଦେଇଥିଲେ,ଟାଙ୍ଗୀ ସିପିଏମ ଶାଖାର ସମ୍ପାଦକ ରମେଶ ବେହେରାଙ୍କ ନେତୃତ୍ୱରେ ସାହସ୍ରାଧିକ ଆଦିବାସୀ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ, ଏହି 6 ଦଫା ଦାବିପତ୍ର ଦେଇଥିଲେ, ଯଥା ସଂଯୋଗ ପାଇଁ ଅତିରିକ୍ତ ଅର୍ଥ ଦାବିକୁ ପ୍ରତ୍ୟାହାର, ସ୍ମାର୍ଟ ମିଟରକୁ ବାଧ୍ୟତାମୂଳକ ନକରିବା,ପୂର୍ବରୁ ଗରିବ ଲୋକଙ୍କୁ ମିଳୁଥିବା ଯୋଜନାରେ ସୁବିଧା ରହୁ,ବେଆଇନ ଜୋରିମାନା ରାଶିକୁ ଛାଡକରାଯାଉ ବୋଲି ଦାବି କରିଥିଲେ, ଏହି ଆନ୍ଦୋଳନ କୁ ଆଗାମୀଦିନରେ ଜନ ଆନ୍ଦୋଳନ ରେ ପରିଣିତ କରାଯିବ ସହିତ ଟାଟାପାୱାର କୁ ସରକାର ରାଜକୋଷରୁ କାହିଁକି ଆଠ ଶହ କୋଟି ଅର୍ଥ ଦେଲେ ଏହାର ତଦନ୍ତ କରାଯାଉ ବୋଲି ବରିଷ୍ଠ ସିପିଏମ ନେତା ବଦ୍ରିନାରାୟଣ ଦାସ ଦାବିକରିଥିଲେ