ଭାରୀଯାନ ଚାଳକ ରାତ୍ରିରେ ପିଇବେ “ଚାହା”; ବିପଦର ବନ୍ଧୁ ସଂଗଠନ ପକ୍ଷରୁ ଅଭିନବ ପ୍ରୟାସ

ଭଞ୍ଜନଗର,୦୫/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ରାତ୍ରି କାଳୀନ ସଡ଼କ ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସଚେତନତା ସୃଷ୍ଟି ଉଦେଶ୍ୟରେ ଏକ ନୂଆ ନିୟମ ହାତକୁ ନେଇଛନ୍ତି। ଭାରୀଯାନ ଯଥା ଟ୍ରକ, ବସ, ପିକଅପ ଭ୍ୟାନ ଗାଡି ଚାଳକଙ୍କୁ ରାତ୍ରି ସମୟରେ ରାସ୍ତା କଡରେ ସ୍ୱତନ୍ତ୍ର ରାତ୍ରି କାଳୀନ ମାଗଣା ‘ ଚା ‘ ବଣ୍ଟନ କରାଯିବ। ଏହା ଚଳିତ ଜାନୁୟାରୀ ୦୧ ଠାରୁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ଜାରି ରହିବ। ରାତ୍ରି ୩ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଭାରିଯାନ ଚାଳକଙ୍କୁ ପରିବହନ ବିଭାଗ ପକ୍ଷରୁ ‘ ଚା ‘ ଦିଆଯାଉଛି। ଏ ନେଇ ଭଞ୍ଜନଗରରେ ସ୍ବେଛାସେବୀ ସଙ୍ଘଠନ ବିପଦର ବନ୍ଧୁ ଓଡିଶା ଏବଂ ଆଞ୍ଚଳିକ ପରିବହନ କାଯ୍ୟାଳୟ ପକ୍ଷରୁ ବିଭିନ୍ନ ସ୍ଥାନ ରେ ଚାଳକ ମାନଙ୍କୁ ‘ ଚା ‘ ପ୍ରଦାନ କରାଯିବା ସହ ସଡ଼କ ସୁରକ୍ଷା ଉପରେ ସଚେତନ କରାଯାଉଛି।