ଜଗନ୍ନାଥ ପ୍ରସାଦ: ଥାନା ପକ୍ଷରୁ ସଡ଼କ ସୁରକ୍ଷା ପାଇଁ ଗୋଲାପ ଫୁଲ ବଣ୍ଟନ

ଜଗନ୍ନାଥ ପ୍ରସାଦ :୦୯/୦୧ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ସୁରକ୍ଷିତ ପରିବହନ ପାଇଁ ଜଗନ୍ନାଥ ପ୍ରସାଦ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି l ଆଜି ସ୍ଥାନୀୟ ଥାନା ଅଧୀନ ବିଡ଼ିପୁର, ଗଣ୍ଡାଧାର, ଜଗନ୍ନାଥ ପ୍ରସାଦ ମୁଖ୍ୟ ବଜାର ସମେତ ପଞ୍ଚଭୂତି ବଜାରରେ ଥାନାଧିକାରୀ ପ୍ରମୋଦ କୁମାର ଲେଙ୍କା ବାଇକ ଆରୋହୀ,ଚାରି ଚକିଆ ଯାନ, ଭାରି ଯାନ ମାନଙ୍କୁ ଅଟକାଇ ହେଲିମେଣ୍ଟ ପିନ୍ଧିବା ଏବଂ ସିଟ ବେଲ୍ଟ ପିନ୍ଧିବା ପାଇଁ ପରାମର୍ଶ ଦେବା ସହ ଗୋଲାପ ଫୁଲ ଦେଇ ସଚେତନତା କରାଇଛନ୍ତି l ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ କରି ନିଜ ଜୀବନ ସହ ଅନ୍ୟ ମାନଙ୍କ ଜୀବନକୁ ବିପଦରେ ପକାନ୍ତୁ ନାହିଁ ବୋଲି ଯାତ୍ରୀଙ୍କୁ କହିଛନ୍ତି l ଆଗକୁ ମଦ୍ୟପାନ କରି ଗାଡ଼ି ଚାଳନା, ଦ୍ରୁତଗତି, ବିପରୀତ ଦିଗରେ ଗାଡ଼ି ଚାଳନା ଭଳି ନିୟମ ଉଲ୍ଲଙ୍ଘନ ବିରୋଧରେ କଡ଼ାକଡ଼ି ଯାଞ୍ଚ କରାଯିବା ନେଇ ସୂଚନା ଦେଇଛନ୍ତି l କାର୍ଯ୍ୟକ୍ରମରେ ଏସଏଇ ଜ୍ୟୋତିରଞ୍ଜନ ସାହୁ, ଏଏସଆଇ ସୁକାନ୍ତି ଦେଇ, ହାବିଲଦାର ଦିଲ୍ଲୀପ କୁମାର ରଣା,ତ୍ରିନାଥ ନାୟକ, ପ୍ରକାଶ ପାଟ୍ଟମାଝି, ମହେଶ୍ୱର ନାୟକ, ପ୍ରେମଲତା ଜେନା, ଗୃହରକ୍ଷୀ ଦୀପାଳି ମହାନ୍ତି, ସୌଜନ ନାୟକ, ରଂଜିତ ରାଉତ, ସାମ୍ବାଦିକ ଚିତ୍ତରଞ୍ଜନ ଗନ୍ତାୟତ, ଚନ୍ଦ୍ରକେତୁ ରାଉତ, ଧବଳେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ରହି ଚାଳକ ମାନଙ୍କୁ ଅଟକାଇ ପ୍ରତିଟି ଚାଳକକୁ ଗୋଲାପ ଫୁଲ ଦେଇ ସଡ଼କ ସୁରକ୍ଷା ପାଇଁ ଆବଶ୍ୟକ ନିୟମ ପାଳନ କରିବା ପାଇଁ ପ୍ରବାର୍ତ୍ତାଇ ଥିଲେ l