
ପୁରୀ୯/୧ (ବଳରାମ ତ୍ରିପାଠି): ହତ୍ୟାକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ସ୍ୱର୍ଗଦ୍ବାର ସମ୍ମୁଖରେ ଜଣଙ୍କୁ ହତ୍ୟାକାଣ୍ଡ। ଛୁରୀରେ ବେକକୁ କାଟି ହତ୍ୟାକାଣ୍ଡ। ମୃତ ଯୁବକ ହେଉଛନ୍ତି ଭଦ୍ରକ ଜିଲ୍ଲା ବନ୍ତ ଥାନା ଆପଣ୍ଡା ଗ୍ରାମର ରଞ୍ଜନ କୁମାର ଦାସ। ମୃତକ ତାଙ୍କ ସମ୍ପର୍କୀୟଙ୍କ ଶେଷକୃତ୍ୟ କରିବାକୁ କିଛିଜଣଙ୍କ ସହ ସ୍ୱର୍ଗଦ୍ବାର ଆସିଥିଲେ। ଶେଷକୃତ୍ୟ ପରେ ସ୍ୱର୍ଗଦ୍ବାର ବାହାରକୁ ଯିବା ସମୟରେ ଜଣେ ଯୁବକଙ୍କ ସହ ବଚସା ହୋଇଥିଲା। ବଚସା ପରେ ରଞ୍ଜନଙ୍କୁ ଛୁରୀରେ ଆକ୍ରମଣ କରିଥିଲା ଦୁର୍ବୁତ୍ତ। ଘଟଣାସ୍ଥଳରେ ରଞ୍ଜନଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ସାଙ୍ଗରେ ଥିବା ଆଉ ଜଣେ ଯୁବକଙ୍କୁ ମଧ୍ୟ ଆକ୍ରମଣ କରିଥିଲା ଦୁର୍ବୁତ୍ତ। ଗୁରୁତର ଆହତ ଯୁବକ ହେଉଛନ୍ତି ମାନସ ରଞ୍ଜନ ନାୟକ। ଘଟଣାସ୍ଥଳରେ ସମୁଦ୍ରକୂଳ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।