ଜଗନ୍ନାଥ ପ୍ରସାଦ ରେ ବ୍ଳକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା: ବିଧାୟକଙ୍କ ଦ୍ୱାରା ଚାଷୀ ସମ୍ବର୍ଦ୍ଧିତ

ଜଗନ୍ନାଥ ପ୍ରସାଦ ୧୦/୦୧ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗ୍ରାମାଞ୍ଚଳରେ କୃଷି ଓ କୃଷକର ବିକାଶ ଏବଂ ସେମାନଙ୍କ ଆୟକୁ ଦିଗୁଣିତ କରିବା ଉଦ୍ଦେଶ୍ୟରେ ଶନିବାର ଜଗନ୍ନାଥ ପ୍ରସାଦ ଯୁଧିଷ୍ଠିର ବିଦ୍ୟାପୀଠ ହାଇସ୍କୁଲ ଖେଳପଡିଆଠାରେ ବ୍ଳକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ଜଗନ୍ନାଥ ପ୍ରସାଦ ପ୍ରାଣୀ ଚିକିତ୍ସାଧିକାରୀ ଡା. ନିହାର ରଞ୍ଜନ ସାମନ୍ତରାୟ ସଂଯୋଜନାରେ ଆୟୋଜିତ ମେଳାରେ ଭଞ୍ଜନଗର ବିଧାୟକ ପ୍ରଦ୍ବ୍ମନ କୁମାର ନାୟକ ମୁଖ୍ୟ ଅତିଥି ଏବଂ ସନମାନୀତ ଅତିଥି ଜୀର୍ଲ୍ଲା ମତ୍ସ୍ୟ ଅଧିକାରୀ ଭାରତ ଭୂଷଣ ସାହୁ, ବ୍ଲକ ଉପାଧ୍ୟାକ୍ଷ ନୀଳାଞ୍ଚଳ ଖିଲାର, ସାଂସଦ ପ୍ରତିନିଧି ମହେନ୍ଦ୍ର କୁମାର ପଣ୍ଡା, ଆତ୍ମା ଅଧକ୍ଷ ପ୍ରତାପ କୁମାର ପ୍ରଧାନ,ମୁଖ୍ୟ ବକ୍ତା ଭାବେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଗଣେଶ ଚନ୍ଦ୍ର ମହାନ୍ତି, ବ୍ଲକ ଗୋଷ୍ଟି ଉର୍ନ୍ନୟନ ଅଧିକାରୀ ମନ୍ମଥ ନାଥ ମଲ୍ଲିକ, ଅଞ୍ଚଳ ମଠ ମହନ୍ତ ଶ୍ରୀ ସଦାନନ୍ଦ ଦାସ ମହାରାଜ, ତ୍ରିବିକ୍ରମ ଦାସ ମହାରାଜ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ । ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ବିଧାୟକ ଙ୍କ ଦ୍ୱାରା ପ୍ରଥମେ ଗୋଷ୍ଟି ପ୍ରାଣୀ ଚିକିତ୍ସାଳାୟ ନୂତନ କୋଠା ଗୃହ ଉଦଘାଟନ କରି ସାରିବା ପରେ ଅତିଥିବୃନ୍ଦ ଗୋ -ପୂଜନ କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଦ୍ବାରା କୃଷି ଓ କୃଷକଙ୍କୁ ଅବଗତ କରାଇବା ନିମନ୍ତେ ଆୟୋଜିତ ଷ୍ଟଲ ଗୁଡ଼ିକୁ ବୁଲି ଦେଖିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗୋପାଳନ , ମଇଁଷି , ଗାଈ ବାଛୁରୀ , କୃଷି ଉଦ୍ୟୋଗ ଯୋଜନାରେ ହିତାଧିକାରୀଙ୍କୁ ଅତିରିକ୍ତ ରିହାତି , ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନାରେ କୁକୁଡ଼ା ପାଳନ , ଛେଳି, ମେଣ୍ଢା ପାଳନ , ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନାରେ ନୂତନ ଗୋଶାଳା ପାଇଁ ସହାୟତା ସମେତ ମତ୍ସ୍ୟ ଚାଷ ବିଷୟରେ ସଭାରେ ଆଲୋକପାତ କରାଯାଇଥିଲା । ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଦାରା ଚାଷୀ ମାନଙ୍କ ପାଇଁ ଲୋକାଭିମୁଖୀ ଯୋଜନା କରି ସେମାନଙ୍କୁ ସହାୟତା କରି ଆସୁଛନ୍ତି ତେଣୁ ଏହି କାର୍ଯ୍ୟକ୍ରମ ମ୍ଯଯଯମରେ ବିଭାଗୀୟ ଅଧିକାରୀ ମାନେ ଚାଷୀ ମାନଙ୍କୁ ସରଳ ଭାବେ ବୁଝାଇବାକୁ ବିଧାୟକ ପରାମର୍ଶ ଦେଇଥିଲେ । ଶେଷରେ ବ୍ଳକର ଶ୍ରେଷ୍ଠ ଗୋପାଳକ , ଛେଳି ପାଳକ ଏବଂ ମତ୍ସ୍ୟ ଚାଷୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାଣୀ ପ୍ରଶିକ୍ଷକ କେନ୍ଦ୍ର ଭଞ୍ଜନଗର ଡାକ୍ତର ସୋମ୍ୟ ରଞ୍ଜନ ପତି ମଞ୍ଚ ପରିଚାଳନା କରିଥିଲେ I ଏହି ମେଳାରେ ଉଭୟ ପ୍ରାଣୀ ଓ ମତ୍ସ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଏହି ମେଳା ରେ ବହୁ ସଂଖ୍ୟକ ପଞ୍ଚାୟତ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ ।