ତାରାସିଂ ଥାନାଧିକାରିଣୀଙ୍କ ମହାନତା: ରାସ୍ତା କଡରେ ଅଚେତ ବୃଦ୍ଧଙ୍କୁ ମେଡିକାଲ ନେଇ ଚିକିତ୍ସା କରାଇଲେ

ଭଞ୍ଜନଗର ୦୯/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଭଞ୍ଜନଗର ଠାରୁ ତାରାସିଂ ମଧ୍ୟରେ ଥିବା ଗାଡିଆପଡା ଗ୍ରାମର ଜଣେ ବୃଦ୍ଧ ବ୍ୟକ୍ତି ଅଚେତ ଅବସ୍ଥାରେ ବାରଦଣ୍ଡା ଛକ ନିକଟରେ ବହୁତ ସମୟ ଧରି ପଡି ରହିଥିଲେ। ତାରାସିଂ ଥାନାଧିକାରିଣୀ ଶୁଭଲକ୍ଷ୍ମୀ ପୂଜାରୀ ଉକ୍ତ ରାସ୍ତାରେ ପେଟ୍ରୋଲିଂ କରିଥିବା ସମୟରେ ଆଚେତ ଅବସ୍ଥାରେ ବୃଦ୍ଧ ଲୋକଟିକୁ ଦେଖି କାଳବିଳମ୍ବ ନକରି ଥାନା ଗାଡ଼ିରେ ଭଞ୍ଜନଗର ମେଡିକାଲକୁ ସଠିକ ସମୟରେ ଆଣି ଚିକିତ୍ସା କରାଇଲେ। ବ୍ୟକ୍ତି ଜଣକ ସାମାନ୍ୟ ସୁସ୍ଥ ଅନୁଭବ କରିବା ପରେ ପରିବାର ଲୋକଙ୍କ ଜିମାରେ ଦେଇଥିଲେ। ଥାନାଧିକାରୀ ଙ୍କ ବିଭିନ୍ନ ଜନକଲ୍ୟାଣ କାରି କାର୍ଯ୍ୟକ୍ରମ ଏବଂ ଏଭଳି ମହାନତା ପାଇଁ ଅନେକଙ୍କ ମୁଖରୁ ପ୍ରଶଂସାର ସୁଅ ଛୁଟୁଛି।