
ସୋରଡ଼ା ୧୧/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଆଜି ସୋରଡ଼ା ବନାଞ୍ଚଳ ପରିସରରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀଣି ବିପାସା ପାରୁଲ ଚନ୍ଦ୍ରଙ୍କ ନିର୍ଦ୍ଦେଶ କ୍ରମେ ଏହି ବନାଞ୍ଚଳର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଉଦ୍ୟୋଗୀ ଚାଷୀ ମାନଙ୍କର ବିକାଶ ଓ ପ୍ରତିଷ୍ଠିତ ହେବା ଉଦ୍ଦେଶ୍ୟରେ ଏକ ସାତ ଦିନିଆ ମହୁଚାଷ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଅତିରିକ୍ତ ବନଖଣ୍ଡ ଅଧିକାରୀ ପ୍ରଦୀପ କୁମାର ବେହେରା,ଓ ବନାଞ୍ଚଳ ଅଧିକାରୀ ନିହାର ରଞ୍ଜନ ମଲ୍ଲିକ , ଓଡ଼ିଶା ଖଦି ଓ ଗ୍ରାମୟୋଦଗ ବୋର୍ଡ଼ର ବରିଷ୍ଠ ପ୍ରଶିକ୍ଷକ ହର ପ୍ରସାଦ ପଟ୍ଟନାୟକ, ଶିଵ କୁମାର ପଣ୍ଡା ଆଦି ଯୋଗ ଦେଇ ବଛା ବଛା ପଚାଶ ଜଣ ଉଦ୍ୟୋଗୀଙ୍କୁ ପାଞ୍ଚୋଟି ଲେଖାଏଁ ମହୁ ଚାଷ କିଟ ସହିତ ସାତ ଦିନିଆ ତାଲିମ ଶିବିର ଚାଲୁରହିଛି।ଯାହାକି ବନପାଳ କାହୁଁ ଚରଣ ପ୍ରଧାନ ପରିଚାଳନା କରିଥିବା ବେଳେ ଓ ଅନ୍ୟ କର୍ମଚାରି ମାନେ ସହଯୋଗ କରିଥିଲେ।ଦୀର୍ଘ ସମୟ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପହଞ୍ଚି ଉତ୍ସାହିତ କରିଥିଲେ।କାର୍ଯ୍ୟାଳୟକୁ ଆସିଥିବା ସମସ୍ତ ଚାଷୀ ଭାଗ ନେଇ ଉତ୍ସାହିତ ଥିବା ବେଳେ ୫୦ ରୁ ଉର୍ଦ୍ଧ୍ବ ଚାଷୀ ଭାଗ ନେଇଥିଲେ।