
ସୋରଡ଼ା ୧୨/୦୧ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସୋରଡ଼ା ତହସିଲଦାର ଭାବେ ଯୋଗ ଦେଲେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଡେପୁଟି କଲେକ୍ତର ଭବେ କାର୍ଯ୍ୟ ତୁଲାଇ ଆସିଥିବା ଗୋପାଳ କୃଷ୍ଣ ରାଉତରାୟ ଆଜି ଅର୍ଥାତ ସୋମବାର ଦିନ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଏହିଠାରେ ପୂର୍ବରୁ ରହିଥିବା ତହସିଲଦାର ଦେବସ୍ମିତା ବେହେରା ଛୁଟି ଅବ୍ୟାହତ ପରେ ସୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର ଅତିରିକ୍ତ କାର୍ଯ୍ୟଭାର ନେଇ କାର୍ଯ୍ୟରତ ଥିବା ବେଳେ ଆଜି ନୁଆଁ ତହସିଲଦାରଙ୍କୁ କାର୍ଯ୍ୟଳୟର କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ।ଏବଂ ଅଞ୍ଚଳର ଲୋକଙ୍କ ବହୁ ପ୍ରତୀକ୍ଷିତ ଡିମାର୍କେସନ ,ବାଲି ଓ ମୋରମ ଚୋରା ଚାଲାଣ ବ୍ୟବସ୍ଥାକୁ ସଠିକ ଓ ବ୍ୟବସ୍ଥିତ କରିବା ନେଇ ପ୍ରମୁଖ କାର୍ଯ୍ୟଧାରା ଥିବା ବେଳେ ଆଗାମୀ ଦିନରେ ସରକାରୀ ଧାନ ସଂଗ୍ରହ ଓ ଉନ୍ନୟନ କାର୍ଯ୍ୟର ସୁପରିଚାଳନା ଓ ନିଜର ମିଷ୍ଟଭାସି କାର୍ଯ୍ୟ ଦକ୍ଷତାରେ ଅଞ୍ଚଳକୁ ଶୀର୍ଷରେ ପହଞ୍ଚ।ଈବା ନେଇ ବେଶ ଆଶାବାଦୀ ଅଛନ୍ତି ଜନତା।