ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ କାୟାକଲ୍ପ ଟିମ୍

ଭଞ୍ଜନଗର ୧୪/୦୧ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ରାଜ୍ୟର ୩ ଜଣିଆ କାୟାକଳ୍ପ ନିରୀକ୍ଷଣ ଟିମ୍ ବୁଧବାର ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ଭିତ୍ତିଭୂମିର ତଦାରଖ କରିଛନ୍ତି। ଏହାସହ ବିଭିନ୍ନ ବିଭାଗକୁ ବୁଲି ଦେଖିଛନ୍ତି।ପରିଷ୍କାର ପରିଚ୍ଛନ୍ନତା, ଓଟି, ଲେବର ରୁମ୍, ଆଉଟ୍ ଡୋର, ଇଣ୍ଡୋର ଓ କାଜୁଆଲଟି ରେ ରୋଗୀଙ୍କୁ ଦିଆଯାଉଥିବା ସେବା ଉପରେ ଟିମ୍ ସଦସ୍ୟ ଅନୁଧ୍ୟାନ କରିଥିଲେ। ବର୍ଷାଜଳ ସଂରକ୍ଷଣର ବ୍ୟବସ୍ଥା, ହେଲ୍ପଡେସ୍କର କାର୍ଯ୍ୟଧାରା, ଔଷଧ ବିତରଣ କେନ୍ଦ୍ର, ମିସନ ଶକ୍ତି କାଫେ ଏବଂ କିଚେନ୍ ରୁମ ଆଦି ବୁଲି ଦେଖିଥିଲେ। ଡ.ସୁବାଶିଷ ମହାନ୍ତି,ହୃଷିକେଶ ସାହୁ ଓ ଡ଼.ବିଶ୍ବକଲ୍ୟାଣ ମିଶ୍ର
ଏହି ଟିମ୍‌ରେ ସାମିଲ ହୋଇଥିଲେ। ସିଡିଏମଓ ଭବାନୀ ଶଙ୍କର ମିଶ୍ର,ଜିଲ୍ଲା କ୍ବାଲିଟି ମ୍ୟାନେଜେର ସଞ୍ଜୟ ପରିଡା, ଆସିଷ୍ଟାଣ୍ଟ ମ୍ୟାନେଜେର ସିପି ଆଶିଷ ମିଶ୍ର, ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ସିତାଂଶୁ ଶେଖର ଶତପଥି ଓ ହସ୍ପିଟାଲ ମ୍ୟାନେଜର ବିଚିତ୍ର କୁମାର ପାଣିଗ୍ରାହୀ ଙ୍କ ସମେତ ସମସ୍ତ ଡାକ୍ତର ଏବଂ କର୍ମଚାରୀ ଉପସ୍ଥିତ ଥିଲେ।