ଭଂଜନଗର ଉପଖଣ୍ଡ ଚିକିତ୍ସାଳୟରେ ଅପରିଚିତ ବ୍ୟକ୍ତିଙ୍କୁ ରକ୍ତ ଦାନ କଲେ ନର୍ସିଂ ଛାତ୍ର

ଭଞ୍ଜନଗର ୧୫/୦୧ :(ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଦିନକୁ ଦିନ ରକ୍ତ ସଙ୍କଟ ସାରା ରାଜ୍ୟରେ ଦେଖାଯାଉଛି। ରକ୍ତାଭାବ ରୁ ରୋଗୀ ମୃତ୍ୟୁ ମଧ୍ୟ ଦେଖାଯାଉଛି। କିନ୍ତୁ ଆଜିର ଡିଜିଟାଲ ଯୁଗର ଯୁବ ପୀଢ଼ି ରକ୍ତ ଦାନ କରି ସମସ୍ତଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିବା ସହ ଅନ୍ୟର ଜିବନ ମଧ୍ୟ ବଞ୍ଚାଇବାର ଦେଖାଯାଉଛି। ଆଜି ଭଂଜନଗର ଉପଖଣ୍ଡ ଚିକିତ୍ସାଳୟରେ ଦୁଇ ଜଣ ପ୍ରଶିକ୍ଷଣ ଛାତ୍ର ସ୍ଵେଚ୍ଛାକୃତ ଭାବେ ରକ୍ତ ଦେଇ ଜଣେ ଅଜଣା ଲୋକର ଜୀବନ ବଞ୍ଚାଇଛନ୍ତି। ସେମାନେ ହେଲେ ଭଞ୍ଜ କଲେଜ ଅଫ ନର୍ସିଂ ର ବି ଏସ ସି ତୃତୀୟ ବର୍ଷ ଛାତ୍ର ଆଦିତ୍ୟ ନାରାୟଣ ପାତ୍ର ଏଵଂ ଅଭିନାଶ ପଟ୍ଟନାୟକ। ରୋଗୀ ଜଣଙ୍କ ରକ୍ତ ପାଉନଥିବା ବେଳେ ଡାକ୍ତର ଦିଲ୍ଲୀପ କୁମାର ସାହୁଏଵଂ ଏ ଆର ଟି କାଉନସିଲର ନାରାୟଣ ବେହେରାଙ୍କ ଙ୍କ ଉପସ୍ଥିତିରେ ଦୁଇ ଜଣ ଛାତ୍ରଙ୍କ ସ୍ଵେଚ୍ଛାକୃତ ରକ୍ତ ଦାନ ସାଧାରଣ ମହଲରେ ପ୍ରଶଂସାର ବିଷୟ ପାଲଟିଛି। ଦୁଇ ଜଣ ଛାତ୍ର ଏକ ଅପରିଚିତ ରୋଗୀ ଯାହାଙ୍କ ରକ୍ତର ସ୍ତର କମ୍ ଥିବା ବେଳେ ସେମାନଙ୍କ ଏପରି ସାହସିକତା କାର୍ଯ୍ୟକୁ ମେଡିକାଲ ଅଧିକ୍ଷକ ଶିତନ୍ସୁ ଶେଖର ଶତପଥୀ ଓ ମେଡିକାଲ ପରିଚାଳକ ବିଚିତ୍ର କୁମାର୍ ପାଣିଗ୍ରାହି ଶୁଭେଛା ପ୍ରଦାନ କରିବା ସହ ଯୁବ ପିଢ଼ିଙ୍କୁ ଏଭଳି ରକ୍ତଦାନ କରିବା ପାଇଁ ପରାମର୍ଶ ଦେଇଛନ୍ତି।