ଗଞ୍ଜାମ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଇ. ଡି ର ଚଢ଼ାଉ

ବ୍ରହ୍ମପୁର ୧୬/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲାରେ ଆଜି ବୁଲୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ର ଅନେକ ଟିମ l
ଆଜି ସକାଳୁ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଇଡି ର ୧୦୦ ଜଣିଆ ଟିମ ବ୍ରହ୍ମପୁର, କନି, ଶେରଗଡ଼, ଆସ୍କା, ହିଞ୍ଜିଳି ଏବଂ ବୁଗୁଡ଼ା ଅଂଚଳ ରେ ଛଡାଉ ଜାରି ରଖିଛନ୍ତି l ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗଞ୍ଜାମ ର ଜଣା ଶୁଣା ବାଲି ବ୍ୟବସାୟୀ, ଠିକାଦାର, ପେଟ୍ରୋଲ ପମ୍ପ ମାଲିକ, ମଦ ବ୍ୟବସାୟୀ ଏବଂ ବିଜେଡି ନେତା ଙ୍କ ଘରେ ବିଭିନ୍ନ ସ୍ଥାନରେ ଅନେକ ଟିମ ଦିନ ତମାମ ଅନେକ ଦିଗ ଉପରେ ଖୋଳ ତାଡ଼ କରୁଥିବା ଦେଖିବାକୁ ମିଳୁଛି l ଆସିକା ର ସାଇବଗଡ଼, ଶେରଗଡ଼, ବ୍ରହ୍ମପୁର ର ଜୟ ପ୍ରକାଶ ନଗର, ଅମ୍ବିକା ନଗର, କାଲୁଆ ସାହି, ଲାଞ୍ଜିପଲ୍ଲୀ, ବ୍ରହ୍ମାନଗର, କନିଷି, ବୁଗୁଡ଼ା, ଅଂଚଳ ରେ ଏହି ଚଢ଼ାଉ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲୁ ରହିଛି l
ଆସିକା ବ୍ଲକ ର ଖାରିଆ ସରପଞ୍ଚ ଙ୍କ ସ୍ୱାମୀ ତଥା ଜଣାଶୁଣା ବ୍ୟବସାୟୀ ଭଗବାନ ସାହୁ ଙ୍କ ସମ୍ପର୍କୀୟ, ଏବଂ ତାଙ୍କ ର ନିଜ ଘରେ ମଧ୍ୟ ତନାଘନା କରୁଛନ୍ତି l ଶୁଣିବାକୁ ମିଳୁଛି ଶେରଗଡ଼ ଅଞ୍ଚଳ ର ବିଜେଡି ର ତତକାଳୀନ ଉପ ସଭାପତି ହୃଷିକେଶ ପାଢ଼ୀ, ଏବଂ ତାଙ୍କ ତିନି ପୁଅଙ୍କ ଘର, କୃପାସିନ୍ଧୁ ମୁଦୁଲି ଙ୍କ ବିଭିନ୍ନ ଘରେ, ବିଶ୍ୱନାଥ ପାତ୍ର ଙ୍କ ଭିନ୍ନ ଭିନ୍ନ ଘରେ ଇଡି ଖୋଳ ତାଡ଼ ଚାଲୁ ରଖିଛି l ଖବର ଲେଖା ହେବା ପର୍ଯ୍ୟନ୍ତ ସର୍ବ ଶେଷ ତଥ୍ୟ କିଛି ହସ୍ତ ଗତ ହୋଇନାହିଁ l