ହଜିଗଲା ମାନବିକତା, ଶବକୁ କାନ୍ଧ ଦେଲେନି ଗ୍ରାମବାସୀ, ସମାଜସେବୀ ଙ୍କ ଦ୍ଵାରା ଶବଦାହ

ଜଗନ୍ନାଥପ୍ରସାଦ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ରାଜ୍ୟସରକାର ଓ କେନ୍ଦ୍ର ସରକାର ସାମାଜିକ ବାସନ୍ଦ, ଜାତିଆଣ ଭେଦଭାବ ଭଳି କୁସଂସ୍କାର ପ୍ରଥାକୁ ଆଇନ ଅନୁଯାୟୀ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି l ଏହାର ମୂଳ ନିପାତ ପାଇଁ ପ୍ରଚାର ପ୍ରସାର କରୁଛନ୍ତି l ଏବେବି କିଛି ଅଞ୍ଚଳରେ ସାମାଜିକ ବାସନ୍ଦକୁ ଗ୍ରାମବାସୀ ମାନେ ଅନ୍ତିମ ନିଷ୍ପତି ଭାବି ଚଳି ଆସୁଛନ୍ତି l ଅଳସୁ ଗ୍ରାମ ବନ୍ଧସାହିରେ ବୃଦ୍ଧର ମରଶରୀର ଦୀର୍ଘ ସମୟ ଧରି ପଡି ରହିଥିଲା l ମୃତକ ଜଣକ ଜାତିଆଣ ଓ ଗ୍ରାମାଞ୍ଚଳ ବାସନ୍ଦ ହୋଇଥିବାରୁ ଗ୍ରାମରେ ଶବଦାହରେ ସହଯୋଗ କରି ନ ଥିଲେ l
ଏପରି ଏକ ଘୃଣ୍ୟ ଘଟଣା ଜଗନ୍ନାଥ ପ୍ରସାଦ ବ୍ଲକ ଅଳସୁ ପଂଚାୟତ ବନ୍ଦସାହିରେ ଦେଖା ଦେଇଛି l ଗ୍ରାମର ଗୋବିନ୍ଦ ବାରିକ (୫୬) ଧର୍ମପତ୍ନୀ କୁନି ବାରିକ (୪୪) ଦୀର୍ଘବର୍ଷ ଧରି ଏହି ଗ୍ରାମରେ ବସବାସ କରୁଥିଲେ l ତାଙ୍କ ଏକମାତ୍ର ଝିଅ ରଶ୍ମିତା ବାରିକ ଆଜକୁ ୧୧ବର୍ଷ ପୂର୍ବେ ଅନ୍ୟଜାତି ର ଏକ ପୁଅକୁ ପ୍ରେମ ବିବାହ କରିଥିଲେ l ସେହିଦିନ ଠାରୁ ଅଦ୍ୟାବଧି ମୃତକ ଗୋବିନ୍ଦ ଙ୍କ ପରିବାର କୁ ଗ୍ରାମରୁ ବାସନ୍ଦ କରିଥିଲେ l ସୂଚନା ଅନୁଯାୟୀ ଗୁରୁବାର ଭୋର ୫ ଘଣ୍ଟିକ ରେ ଗୋବିନ୍ଦ ନିଜ ବାସଭବନ ରେ ମୃତୁବରଣ କରିଥିଲେ l ଗୁହାରି ବିନତି ହୋଇ ଧର୍ମପତ୍ନୀ ଗ୍ରାମବାସି ଙ୍କୁ ଡାକିଥିଲେ ମଧ୍ୟ କେହି ଆସିନଥିଲେ l ଶବସତ୍କାର ପାଇଁ ଶବଟି ଦୀର୍ଘ ୯ ଘଣ୍ଟା ପଡିରହିଥିଲା l
ଅଳସୁ ଗ୍ରାମପଂଚାୟତ ସରପଞ୍ଚଙ୍କ ସହ ଯୋଗାଯୋଗ କରିବାରୁ ମୃତକ ପାଖରେ ଉପସ୍ଥିତ ନେଇ ରୋକଠୋକ ମନା କରିଦେଇଥିଲେ l ପରେ ସମିତି ସଭ୍ୟା ଶ୍ରୀମତୀ ରଶ୍ମିତା ସେଠି ଓ ତାଙ୍କ ସ୍ୱାମୀ ମନୋଜ କୁମାର ସେଠି ମୃତକଙ୍କ ଘରେ ପହଞ୍ଚି ଅଞ୍ଚଳରେ କାର୍ଯ୍ୟ କରୁଥିବା ସମାଜସେବୀ ଅନୁଷ୍ଠାନ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ କୁ ଶବସତ୍କାର ପାଇ ସହଯୋଗ ଲୋଡ଼ିଥିଲେ l ସନ୍ତୋଷ କୁମାର ଦଳବେହେରା, ହାଡ଼ିଆ ପ୍ରଧାନ, ନାରାୟଣ ପ୍ରଧାନ, ତାରିଣୀ ସେଠି, ସୁଶାନ୍ତ ପ୍ରଧାନ, ରଞ୍ଜିତ ନାୟକ, ନାରାୟଣ ସହୁ, ନିର ସହୁ, କାହୁଁ ପ୍ରଧାନ, ମହେଶ୍ୱର ସହୁ ପ୍ରମୁଖ ପହଞ୍ଚି ଗ୍ରାମ ସ୍ମଶାନ ରେ ମୃତକ ଙ୍କ ଶବକୁ ରୀତିନୀତି ରେ ଶବଦାହ କରିଥିଲେ ।