
ଭଞ୍ଜନଗର: ୧୭/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ପାଇଁ ହୋମଗାର୍ଡ ନିଯୁକ୍ତି ପରିପ୍ରେକ୍ଷିରେ ଆଶୟୀ ପରୀକ୍ଷାର୍ଥିଙ୍କ ଫିଜିକାଲ ପରୀକ୍ଷା ଆଜି ଅନୁଷ୍ଠିତ ହୋଇଛି। ଭଞ୍ଜନଗର ଜେଲ ପଡିଆରେ ହୋମଗାର୍ଡ ପରୀକ୍ଷା ପାଇଁ ଆବେଦନ କରିଥିବା ଭଞ୍ଜନଗର ପୁଲିସ ଉପଖଣ୍ଡ ଅଞ୍ଚଳର ଭଞ୍ଜନଗର, ତାରସିଂ, ବେଲଗୁଣ୍ଠା, ବୁଗୁଡା, ଜଗନ୍ନାଥପ୍ରସାଦ ଓ ଗାଙ୍ଗପୁର ଥାନା ଇଲାକାର ପ୍ରାୟ ୨୦୦ ପରୀକ୍ଷାର୍ଥି ମାନେ ଏଠାରେ ପରୀକ୍ଷା ଦେଇଛନ୍ତି। ହୋମଗାର୍ଡ ନିଯୁକ୍ତି ନେଇ ଲିଖିତ ପରୀକ୍ଷା ସେପ୍ଟମ୍ବର ମାସରୁ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ଉପଖଣ୍ଡରେ ଏନେଇ ଶରିରୀକ ପରୀକ୍ଷା ଅନଷ୍ଠିତ ହୋଇଛି। ବ୍ଳକ ରୋଡ ଠାରେ ପ୍ରଥମେ ମେଡିକାଲ ଯାଞ୍ଚ ପରେ ଦୌଡ ଅନୁଷ୍ଠିତ ହୋଇଥିଲା। ଏହାପରେ ଜେଲପଡିଆରେ ଉଚ୍ଚତା,ଭାର ଓହଳା,ପୁଷ୍ଅପ୍ ଭଳି ଅନ୍ୟାନ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପୁଲିସ ବିଭାଗ ପକ୍ଷରୁ ପରୀକ୍ଷା ଦେବାକୁ ଆସିଥିବା ଆଶାୟୀଙ୍କ ପାଇଁ ଲେମ୍ଭୁ , ଗ୍ଳୁକୋଜ ସହ ବ୍ରେଡ ଓ ଫଳ ଦିଆଯାଇଥିଲା। ଏସ୍ଡିପିଓ ଡ.ଦୀପକ କୁମାର ମିଶ୍ର, ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା, ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର, ତାରସିଂ ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ, ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ, ବୁଗୁଡା ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା, ବାଲିପଦର ଫାଣ୍ଡି ଅଧିକାରୀ କେ. ନୀଳାଦ୍ରି ରେଡ଼ି, ଭଞ୍ଜନଗର ଥାନା ଏସଆଈ ସମୀର କୁମାର ସେଠି ଙ୍କ ସହ ସମସ୍ତ ଥାନାର ପୁଲିସ ଅଧିକାରୀ ଓ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ ।