ବିଦ୍ୟାଳୟ ସ୍ତରୀୟ ପି.ଏମ ଶ୍ରୀ ଉତ୍ସବ ସୋରଡ଼ା ସ୍ଥିତ ଶଶୀଭୁଷଣ ଉଚ୍ଚ ବିଦ୍ୟାଳୟରେ ପାଳିତ

ସୋରଡ଼ା ୧୭/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସମ୍ପ୍ରତି ସମୟରେ ବିଦ୍ୟାଳୟ ମାନଙ୍କର ତଥା ଶିକ୍ଷା ବିଭାଗକୁ ନୂତନ ରୂପରେଖ ଦେଇ ନୂତନ ଢାଞ୍ଚାରେ ପରିଚାଳନା କରିବା ପାଇଁ ନୁଆଁ ସରକାର ପ୍ରସ୍ତୁତି ଚଳାଇଛନ୍ତି।ସେଥି ମଧ୍ୟରେ ସ୍କୁଲ ମାନଙ୍କୁ ଶୈକ୍ଷିକ ବାତାବରଣ ପ୍ରସ୍ତୁତି ସହିତ ନିଜ ସୃଜନ ସିଲତା ଓ ସ୍ୱଚ୍ଛ ସୁନ୍ଦର ପରିବେଶ ପ୍ରସ୍ତୁତି ପୂର୍ବକ ସ୍ମାର୍ଟ ସ୍କୁଲ ଓ ପର୍ଯ୍ୟାୟ କ୍ରମେ ବିଦ୍ୟାଳୟ ମାନଙ୍କୁ ଅତିଥି ପ୍ରଶିକ୍ଷିତ ଶିକ୍ଷକ ଯୋଗାଇ ସ୍କୁଲ ଭିତ୍ତିଭୂମିର ବିକାଶ କରାଯାଉଛି।ଏହି ପ୍ରକ୍ରିୟାକୁ ଆଉ ପାଦେ ଆଗକୁ ବଢ଼ାଇବା ଉଧେସ୍ୟରେ ରାଜ୍ୟର କିଛି ନିତାନ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉଚ୍ଚ ବିଦ୍ୟାଳୟ ମାନଙ୍କରେ ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ଭାବେ ଗଢ଼ି ତୋଳି ଶିକ୍ଷା ସହିତ ବିଭିନ୍ନ ସୃଜନ ସିଲତା ଯଥା ଜିଜ୍ଞାସା, ସାହିତ୍ୟ ସୃଜନୀ,କୌଶଳୀ, କ୍ରୀଡାଙ୍ଗନା ଆଦି ପରିପୃଷ୍ଟ କରି ବିଦ୍ୟାଳୟକୁ ଯୋଡ଼ି ଦିଆଯାଇଛି।ସରକାରଙ୍କ ପ୍ରଚେଷ୍ଟା କ୍ରମେ ଭାରତ ସରକାରଙ୍କ ବିଧିବଦ୍ଧ ବିଂଜ୍ଞପ୍ତି ସହିତ ଏହି ବ୍ଲକର ପ୍ରଥମ ପି ଏମ ଶ୍ରୀ ବିଦ୍ୟାଳୟ ଭାବେ ଶଶୀ ଭୂଷଣ ଉଚ୍ଚ ବିଦ୍ୟାଳୟ ଓ ବଡ଼ଗଡ଼ ନିକଟ ଗାଙ୍ଗପୁର ଆନୁସଙ୍ଗିକ ବ୍ୟବସ୍ଥା ଓ ବିକାଶ ପାଇଁ ଯୋଗାଇବା ସହ ଆଜି ପି ଏମ ଶ୍ରୀ ଉଛବ ଭାବେ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ବିଧାୟକ ନୀଳମଣି ବିଷୋୟୀ,ଏନ ଏ ସି ଅଧ୍ୟକ୍ଷ ଶିଵ ଶଙ୍କର ପଣ୍ଡା,୬୩ ନଂ ଜିଲ୍ଲା ପରିଷଦ ସମରେନ୍ଦ୍ର କୁମାର ସାହୁ, ବିଦ୍ୟାଳୟ ପରିଚାଳନା ସଭାପତି ସୁବାସ ଚନ୍ଦ୍ର ସାହୁ, ଗୋଷ୍ଠୀ ଉର୍ଣ୍ଣାୟନ ଅଧିକାରୀ ତନ୍ମୟ ପାତ୍ର,ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ମଞ୍ଚ।ସିନ ହୋଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ।ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ପ୍ରକ୍ରିୟାରେ ଅତିଥିମାନଙ୍କୁ ପାଛୋଟି ନେଇଥିବା ବେଳେ ନିଜ ସୃଜନସିଲତାର ବିଭିନ୍ନ ଷ୍ଟଲ ଦେଖାଇଥିଲେ।ଏବଂ ଆୟୋଜିତ ସଭାରେ ଓଡ଼ିଶା ସରକାରଙ୍କ ଏହିଭଳି ମହତ ପଦକ୍ଷେପ ପାଇଁ ଓ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କୁ ଅଞ୍ଚଳ ବାସୀ ଧନ୍ୟବାଦ ଜଣାଇଛନ୍ତି।ଏହି ବ୍ଲକର ଦୁଇ ଗୋଟି ବିଦ୍ୟାଳୟ ଯଥା ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟ ବଡଗଡ଼ ଓ ଶଶୀ ଭୂଷଣ ଉଚ୍ଚ ବିଦ୍ୟାଳୟ ସୋରଡ଼ା ଯୋଡ଼ି ହୋଇ ଚଳିତ ଶିକ୍ଷା ବର୍ଷ ୨୦୨୫-୨୬ ଠାରୁ ନିଆରା ବ୍ୟବସ୍ଥା ସହିତ ପାଠ୍ୟକ୍ରମ ଆରମ୍ଭ ହେବା ନେଇ ପ୍ରକାଶ ପାଇଛି।ଭୌଗଳିକ ଦୃଷ୍ଟି କୋଣରୁ ସୋରଡ଼ା ବ୍ଲକ ବିସ୍ତୀର୍ଣ୍ଣ ଏରିଆ ଓ ଜିଲ୍ଲାର ସୀମାନ୍ତ ଅଞ୍ଚଳ।ଏଣୁ ଶିକ୍ଷାର ଉପଯୁକ୍ତ ଭିତ୍ତିଭୂମିର ଅଭାବ ସବୁବେଳେ ଲାଗିରହିଛି।ଯାହାକି ଏହି ସମସ୍ୟାର ସମାଧାନ ପାଇଁ ବିଧାୟକ ବିଧାୟକ ନିଜର ପଦକ୍ଷେପ ସ୍ୱରୂପ ପ୍ରଧାନ ଶିକ୍ଷକ ମାନଙ୍କୁ ଏକତ୍ରିତ କରି ଅଞ୍ଚଳର ଶିକ୍ଷାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ନେଇ ଲକ୍ଷ ରଖିଛନ୍ତି।ଏହି ବିଦ୍ୟାଳୟ ମାନଙ୍କରେ ଶିକ୍ଷା ସହିତ ସୃଜନ ସିଲତା ବା ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ସଙ୍ଗୀତ,ନାଚ ଗୀତ ସହିତ ନାଟକ ଆଦି ଦ୍ଵାରା ବିକଶିତ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି।ଯାହାଦ୍ୱାରା ଆଜିର ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ୩୦୦ ରୁ ଉର୍ଦ୍ଧ ପ୍ରତିଯୋଗିଙ୍କ ମଧ୍ୟରୁ ନିରୀକ୍ଷକ ଭାବେ ଅବସରପ୍ରାପ୍ତ ଶିକ୍ଷକ କୁମୁଦ ଚନ୍ଦ୍ର ବାଡ଼ତ୍ୟା,ପି ସି ଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସଂଯୁକ୍ତା ପଣ୍ଡା, ଅଧ୍ୟାପିକା ସସ୍ମିତା ପଣ୍ଡା ନିରୀକ୍ଷଣ କରି ଜିଜ୍ଞାସାରେ ଅର୍ପିତା ସ୍ୱାଇଁ, କ୍ରୀଡାଙ୍ଗନାରେ ଦେବାଶିଷ ଗୌଡ଼, କୌଶଲିରେ ଜିତେନ୍ଦ୍ର ବେହେରା, ଭିଜନ ଓଡ଼ିଶାରେ ଦେବଶ୍ରୀ ସାହୁ, ସବୁଜ ଓଡ଼ିଶାରେ ସୋମନାଥ ଗୋଛୟତ, ଦୋକାନ ଯାତ୍ରାରେ ପି ରଞ୍ଜନ ରାଓ ଓ ସାହିତ୍ୟ ସୃଜନୀରେ ରବି ନାରାୟଣ ପଣ୍ଡା ଆଦି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏହି କ୍ରମରେ ଚାରିଜଣଲେଖାଏଁ କୃତି ପ୍ରତିଯୋଗିଙ୍କୁ ମାନପତ୍ର ସହିତ ସମ୍ମାନିତ କରାଯାଇଛି। ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ରଛାତ୍ରୀ ମାନେ ଉଚ୍ଚତର ଶିକ୍ଷା ସହିତ ସୃଜନ ସିଲତା ଶିକ୍ଷା ପାଇପାରିବେ ଏଣୁ ଏହିଭଳି ମହନୀୟ ପଦକ୍ଷେପ ପାଇଁ ସୋରଡ଼ା ଅଞ୍ଚଳର ଶିକ୍ଷିତ ସମାଜ, ବୁଦ୍ଧିଜୀବୀ,ଯୁବ ଗୋଷ୍ଠୀ, ଛାତ୍ରଛାତ୍ରୀଙ୍କ ତରଫରୁ ସର୍ବୋପରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ତଥା ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ସ୍ଥାନୀୟ ବିଧାୟକଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି।