ଭଦ୍ରକ ଜିଲ୍ଲାରେ ହୋଇଥିବା ଗୃହରକ୍ଷୀ ନିଯୁକ୍ତିରେ ଅନିୟମିତତା, ବହୁ ଆଶାୟୀ ପ୍ରାର୍ଥୀ ଅସନ୍ତୁଷ୍ଟ

ଭଦ୍ରକ, ୧୭/୦୧ (ଜଗନ୍ନାଥ ବେହେରା): ଭଦ୍ରକ ଜିଲ୍ଲାରେ ୧୩୯ ଟି ଗୃହରକ୍ଷୀ ପଦବୀ ବାହାରିଥିଲା । ଯେଉଁଥିରେ ବହୁ ଆଶାୟୀ ପ୍ରାର୍ଥୀ ଏହି ପଦପାଇଁ ଆବେଦନ କରିଥିଲେ ।ଏହି ପରୀକ୍ଷା ଟି ସ୍ୱଚ୍ଛ ଭାବରେ ହେବ ବୋଲି ଆରକ୍ଷୀ ଅଧିକାରୀ ଭଦ୍ରକ ସମସ୍ତଙ୍କୁ ବାର୍ତ୍ତା ମାଧ୍ୟମରେ ଜଣାଇଥିଲେ । କିନ୍ତୁ ଗତ କିଛି ଦିନ ହେବ ଏହାର ଫଳାଫଳ ବାହାରିଥିଲା । ସେଥିରେ ୧୩୯ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିଲେ । କିନ୍ତୁ ଦୁଃଖର ବିଷୟ ଯେ ବହୁ ଅଯୋଗ୍ୟ ପ୍ରାର୍ଥୀ ଏଥିରେ କୃତକାର୍ଯ୍ୟ ହୋଇଥିଲେ । ସେଥିପାଇଁ ବହୁ ଆଶାୟୀ ପ୍ରାର୍ଥୀ ଆରକ୍ଷୀ ଅଧିକ୍ଷକଙ୍କ ଅଫିସ ସାମ୍ନାରେ ବସିଥିଲେ ଏବଂ ଜିଲ୍ଲାପାଳଙ୍କୁ ମଧ୍ୟ ଭେଟିଥିଲେ । ସେମାନଙ୍କର ଦାବି ଜଣାଇଥିଲେ ଯେ, କିଛି ପ୍ରାର୍ଥୀ ଲିଖିତ ପରୀକ୍ଷାରେ ଅଯୋଗ୍ୟ ଘୋଷିତ ହୋଇଥିଲେ ଏବଂ ସେମାନଙ୍କର ନାମ ଶାରୀରିକ ଦକ୍ଷତା ଓ ମୌଖିକ ପରୀକ୍ଷା ଦେବା ପାଇଁ ବାହାରିଥିବା ଲିଷ୍ଟରେ ନଥିଲା । କିନ୍ତୁ ଶେଷରେ ସେମାନେ କୃତକାର୍ଯ୍ୟ ହୋଇଥିଲେ ଏବଂ ଚାକିରି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଯାହାଦ୍ବାରା କି ବହୁ ଯୋଗ୍ୟ ପ୍ରାର୍ଥୀ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ତେଣୁ ସେମାନେ ଉଚ୍ଚନ୍ୟାୟାଳୟରେ ଦ୍ବାରସ୍ଥ ହୋଇଛନ୍ତି ।