କବି ସମ୍ରାଟ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ରେ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ

ଭଞ୍ଜନଗର, ୧୦/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ କୁମାର ଖୁଣ୍ଟିଆ ଙ୍କ ତତ୍ତ୍ଵାବଧାନରେ ଏକ ଦୁଇ ଦିନିଆ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇ ଅଛି । ମହାବିଦ୍ୟାଳୟର ଦ୍ଵିତୀୟ ବର୍ଷର ଗୁରୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱପ୍ରସ୍ତୁତ ବିଷୟ ଭିତ୍ତିକ ଭିନ୍ନ ଭିନ୍ନ ଶିକ୍ଷଣ ସାମଗ୍ରୀମାନ ପ୍ରଦର୍ଶିତ ହୋଇଥିଲା । ଭଞ୍ଜନଗରର ଚାରିଗୋଟି ସରକାରୀ ଉଚ୍ଚବିଦ୍ୟାଳୟ ର ଚାରିଜଣ ଶିକ୍ଷକ ଉକ୍ତ ପ୍ରଦର୍ଶନୀରେ ବିଚାରକ ଭାବେ ଯୋଗଦେଇ ଶିକ୍ଷଣ ସାମଗ୍ରୀ ଗୁଡ଼ିକୁ ମୂଲ୍ୟାୟନ କରିଥିଲେ। ପ୍ରଥମ ବର୍ଷ ବି.ଏଡ୍ ର ଗୁରୁ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ବିଷୟ ଭିତ୍ତିକ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ପ୍ରଦର୍ଶିତ କରିଥିଲେ ଏବଂ ଏହାକୁ ବିଚାରକ ମାନେ ମୂଲ୍ୟାୟନ କରିଥିଲେ l ଏହି କାର୍ଯ୍ୟକ୍ରମ ଟିକୁ ମହାବିଦ୍ୟାଳୟର ଶୈକ୍ଷିକ ଦାୟିତ୍ଵ ରେ ଥିବା ସହକାରୀ ପ୍ରଫେସର ପ୍ରକାଶ କୁମାର ସାହୁ ଏବଂ ଶ୍ରୀହର୍ଷ ବାଲା ପରିଚାଳନା କରିଥିଲେ । ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ରଞ୍ଜନ କୁମାର ନାୟକ, ଡକ୍ଟର ସତ୍ୟବାଦୀ ମାର୍ଥା,ଡକ୍ଟର ବାବୁରାମ ପାଣି, କେ. ପ୍ରକାଶ ରେଡି , ଅମିତ୍ ମିସାଲ, ସସ୍ମିତା ବେହେରା, ଅଶ୍ୱିନ କୁମାର ସାହୁ, ଅକ୍ଷୟ କୁମାର ସେଠୀ, ବନଲତା ସାମଲ ଓ ଅଣଶିକ୍ଷକ କର୍ମଚାରୀ ଜ୍ୟୋତ୍ସ୍ନା କର, ମାନସ ସାଗର ବେହେରା, ମହେଶ କୁମାର ପଟ୍ଟନାୟକ, ଏମ୍. ରମେଶ କୁମାର , ଅକ୍ଷୟ କୁମାର ସାହୁ ,ରଙ୍କନିଧି ସାହୁ ଏଵଂ ମନୁ ନାଏକ କାର୍ଯ୍ୟକ୍ରମ ର ସଫଳତା ଦିଗରେ ସହଯୋଗ କରିଥିଲେ । ଉକ୍ତ ପ୍ରଦର୍ଶନୀକୁ ସ୍ଥାନୀୟ ସରକାରୀ ସୋମନାଥ ଅଭ୍ୟାସ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରିଦର୍ଶନ କରି ଶୈକ୍ଷିକ ମାର୍ଗଦର୍ଶନ ଲାଭ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ ।