ଲିକୁ ସାହୁଙ୍କୁ ଚେକ୍ ଦେଲେ ପ୍ରୀତି ରଞ୍ଜନ ଘଡାଇ; ଗୋଟିଏ ଦିନ ପୂର୍ବରୁ ବିଜେପିରେ ସାମିଲ ଜିଲ୍ଲା ପରିଷଦ ସଭ୍ୟା ପୁଣି ବିଜେଡିକୁ ଘର ବାହୁଡ଼ା

ଯାଜପୁର (ଅଭିମନ୍ୟୁ ମିଶ୍ର, ଯାଜପୁର ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଯାଜପୁର ଜିଲାରେ ବିଜେଡି ର ହେଭି ୱେଟ ନେତା ଙ୍କ ସଂଗଠନ କୁ ଦୁର୍ବଳ କରିବା ଓ ସେମାନଙ୍କ ପତିଆରା ହ୍ରାସ କରିବା ପାଇଁ ବିଭିନ୍ନ ଚାଲ କରି ବିଜେପି ର ବିଧାୟକ, ଏମପି ଓ ମନ୍ତ୍ରୀ ବିଜେଡି ଦଳ ର ଦୁର୍ଗକୁ ଭାଙ୍ଗିବା ପାଇଁ ଅର୍ଥ ପ୍ରଲୋଭନ ଧମକ ଚମକ ଦେବା ସହ ମିଥ୍ୟା ପ୍ରତିଶ୍ରୁତି ଦେଇ ଜିଲ୍ଲା ପରିଷଦ ପଞ୍ଚାୟତ ସମିତି କୁ ଦଖଲ କରିବା ପାଇଁ ଜୋର ସୋର ରେ ପ୍ରୟାସ ଜାରି ରଖିଛନ୍ତି l ଏବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ,ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ପଞ୍ଚାୟତସମିତି ଅଧ୍ୟକ୍ଷ ଅଧ୍ୟକ୍ଷା , ସମିତି ସଭ୍ୟ ସଭ୍ୟା ଓ ସରପଞ୍ଚ ମାନଙ୍କୁ କରାଯାତ କରି ମିଶ୍ରଣ ପର୍ବ ଜାରି ରଖି ଛନ୍ତି l ବିଜେଡି ଦୁର୍ଗ କୁ ଭାଙ୍ଗି ଯାଜପୁର କୁ ଗେରୁଆମୟ କରିବା ପାଇଁ ବିଭିନ୍ନ ପ୍ରଲୋଭନ ଦେଖାଇ ଜନ ପ୍ରତିନିଧି ମାନଙ୍କୁ କରାଯାତ କରୁଛି l ସେମାନଙ୍କ ସହ କର୍ମୀ ସାଧାରଣ ଜନତା ଯାଉ ନାହାନ୍ତି । ଯେଉଁ ନେତା ମାନେ ବିଜେପି ରେ ଯୋଗ ଦେଉଛନ୍ତି, ମିଶିବାର ୨୪ ଘଣ୍ଟା ନପୂରୁଣୁ ପୁଣି ନିଜ ଦଳ ବିଜେଡି କୁ ଫେରି ଆସୁଛନ୍ତି। ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦି ବ୍ଲକର ନଅ ନମ୍ବର ଜୋନ ର ଜିଲ୍ଲା ପରିଷଦ ସଭ୍ୟା କୁ ବିଜେଡି ର ହେଭିୱେଟ ନେତା ଡାନି ପୁଣି ବିଜେଡି ରେ ସାମିଲ କରି ବିଜେପିକୁ ଶକ୍ତ ଚାପୁଡ଼ା ମାରିଲେ l ଯେଉଁ ମାନେ ବିଜେପି ରେ ମିଶିଛନ୍ତି ତାଙ୍କ ର କୌଣସି ଔକାତ ନାହିଁ, ବିଜେଡି ହାୱା ରେ ବିଭିନ୍ନ ପଦବୀ ହାସଲ କରିଛନ୍ତି l ରାଜ୍ୟରେ ଡବଲ ଇଞ୍ଜିନ ସରକାର ଙ୍କ ଉପରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ବିଜେପି କୁ ଶାସନ ଗାଦୀ ରୁ ହଟେଇବା ପାଇଁ ସାଧାରଣ ଜନତା ମନସ୍ଥ କଲେଣି । ବିଜେପିରେ ସାମିଲ ହୋଇଥିବା ଦାନଗଦି ବ୍ଲକ୍ ୯ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଟିନା ହାଇବୃ ବିଜେଡିକୁ ଫେରିଛନ୍ତି । ଦଳ ଛାଡି ବିଜେପିରେ ସାମିଲ ହେବାର ମାତ୍ର କେତେଘଣ୍ଟା ପରେ ତାଙ୍କର ମୋହଭଙ୍ଗ ହୋଇଛି । ଡ଼ିଲ ହୋଇଥିବା ମୁତାବକ ଉଚିତ୍ ମୂଲ୍ୟ ଠାରୁ ଅଧିକ ଡିମାଣ୍ଡ କଲେ, ନମିଳିବାରୁ ପୁଣି ଫେରିଗଲେ ବୋଲି କହି ବିଜେପି ନେତା ବୟାନବାଜି କରୁଛନ୍ତି l
ଡ୍ୟାନିଙ୍କ ଗୋଟି ଚାଳନାରେ ୨୪ ଘଣ୍ଟା ନ ପୂରୁଣୁ ବିଜେପିରେ ମିଶିଥିବା ଜିଲ୍ଲା ପରିଷଦ ସଭ୍ୟା ବିଜେଡିରେ ସାମିଲ ହେବା ଧର୍ମଶାଳା ବିଧାୟକ ଲିକୁ ସାହୁ ଓ ଯାଜପୁର ସାଂସଦଙ୍କୁ ଶକ୍ତ ଚାପୁଡ଼ା ମାଡ଼ ସଦୃଶ୍ୟ ହୋଇଛି ।
ଦଳ ଛାଡି ବିଜେପିରେ ଯୋଗ ଦେଇ ଥିବା ଜିଲ୍ଲା ପରିଷଦ ସଭ୍ୟା କୁ ପୁର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି।
ଗତ ନିର୍ବାଚନ ପରଠାରୁ ଜିଲ୍ଲାର ଏକମାତ୍ର ନେତା ଭାବେ ବିଜେପି ସରକାର ଓ ଜିଲ୍ଲା ପ୍ରଶାସନକୁ ମୁହଁ ତୋଡ ଜବାବ ଦେଉଥିବା ଇଂ ଘଡାଇ(ଡ୍ୟାନି) ବିଜେପିକୁ ଶକ୍ତ ଧକ୍କା ଦେଇଛନ୍ତି । ଆଗକୁ ଦଳ ଛାଡି ବିଜେପିରେ ସାମିଲ ହୋଇଥିବା କିଛି ନେତା ବିଜେଡିରେ ସାମିଲ ହେବାକୁ ଡ୍ୟାନିଙ୍କ ଯୋଗାଯୋଗରେ ଥିବା ଚର୍ଚ୍ଚା ହେଉଛି । ଡ୍ୟାନିଙ୍କ ଏହି ଗୋଟି ଚାଳନା କେବଳ ସୁକିନ୍ଦା ବିଜେପି ନୁହେଁ ଜିଲ୍ଲା ଓ ରାଜ୍ୟ ବିଜେପିକୁ ଚକିତ କରି ଦେଇଛି ।
ଅନେକ ବିଜେପି ନେତା ଡବଲ ଇଞ୍ଜିନି ସରକାର ଙ୍କ ଜନ ମାରଣ ନୀତି କୁ ବିରୋଧ କରି ବିଜେଡି ଓ କଂଗ୍ରେସ ମୁଁହା ହେବାର ବିଭିନ୍ନ ଚା ଖଟି ରେ ଆଲୋଚନା ଜୋର ଧରି ବା ର ଦେଖିବାକୁ ମିଳୁଛି ।