ପ୍ରିୟାଂଶୁ ବଡୁ ସରକାରୀ ମେଧାବୃତ୍ତି ପାଇଲେ

ବାଲିପଦର ୧୯/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ଗ୍ରାମର ମା’ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ତୃତୀୟ ଶ୍ରେଣୀ ଛାତ୍ରୀ ପ୍ରିୟାଂଶୁ ବଡୁ ବୁଗୁଡ଼ା ବ୍ଳକ୍ ରେ ଅନୁଷ୍ଠିତ ମେଧାବୃତ୍ତି ପରୀକ୍ଷାରେ କୃତିତ୍ବ ଅର୍ଜନ କରି ସରକାରୀ ମେଧାବୃତ୍ତି ପାଇ ବିଦ୍ୟାଳୟର ମାନ ବୃଦ୍ଧି କରିଛନ୍ତି। ପିତା ଶ୍ରୀଧର ବଡୁ ମାତା ପ୍ରିୟଙ୍କା ବଡୁ ଝିଅର ଏହି ସଫଳତା ପାଇଁ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି।