
ଜଗନ୍ନାଥ ପ୍ରସାଦ:୨୦/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଆଜି ସରକାର ଙ୍କ ନିର୍ଦେଶ ପ୍ରକାରେ ବିଡ଼ିପୁର ସ୍ଥିତ ଗ୍ରାମପଞ୍ଚାୟତ ସଭା ଗୃହଠାରେ ବ୍ଲକ ପ୍ରଶାସନ ପକ୍ଷରୁ ମିଳିତ ଜଣାଶୁଣାଳୀ ପ୍ରକୋଷ୍ଠ ଆୟୋଜିତ ହୋଇଥିଲା l ଏହି ପ୍ରକୋଷ୍ଠ ରେ ଭଂଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ବିଡ଼ିଓ ମନ୍ମଥ ନାଥ ମଲ୍କିକ, ତହସିଲଦାର ଅଶୋକ କୁମାର ମୁଦୁଲି ଗୋଷ୍ଠୀ ଶିକ୍ଷା ଅଧିକାରୀ କଲ୍ୟାଣୀ ପାଢ଼ୀ ସିଡିପିଓ ଗୀତାଞ୍ଜଳି ପାଣିଗ୍ରାହୀ ଙ୍କ ସମେତ ବ୍ଲକରେ କାର୍ଯ୍ୟରତ ସମସ୍ତ ଲାଇନ ଡିପାର୍ଟମେଣ୍ଟ ର ଅଧିକାରୀ ଓ ବ୍ଲକ ଉପାଧ୍ୟାକ୍ଷ ନୀଳାଞ୍ଚଳ ଖିଲାର ଯୋଗଦାଇଥିଲେ l ଶୁଣାଳୀ ଚାଲିଥିବା ବେଳେ ବିଡ଼ିପୁର ଗ୍ରାମର ମହେଶ ପ୍ରସାଦ ରଥ, ମଧୁସୂଦନ କର, ଓ ଜିତେନ୍ଦ୍ର ରଥ ଏକ ଅଭିଯୋଗ ଫର୍ଦ ନେଇ ଉପଜିଲ୍ଲାପାଳ ଙ୍କୁ ଫେରାଦ ହୋଇଥିଲେ l ସେମାନଙ୍କ ଅଭିଯୋଗ ଯେ ସେମାନେ ହେଉଛନ୍ତି ଠିକାଦାର l ସେମାନେ ପ୍ରାୟ ବର୍ଷକ ତଳୁ ଚନ୍ଦ୍ର ଶେଖର ବାଳିକା ଉଚ୍ଚବିଦ୍ୟାଳୟ ର ଉନତି କରଣ ପାଇଁ ତିନିଲକ୍ଷ ଟଙ୍କା, ଗ୍ରାମର ରାଧା କୃଷ୍ଣ ମନ୍ଦିର ଠାରୁ ଶିବ ମନ୍ଦିର ପର୍ଯ୍ୟନ୍ତ ଫେବର ବ୍ଲକ ବିଛାଇବାରେ ଦୁଇ ଲକ୍ଷ୍ ପନ୍ଦର ହଜାର ଟଙ୍କା, ସୋରିଷ ମୁଳୁ ପ୍ରାଥମିକ ବିଦ୍ୟାଳୟର ପାଚେରୀ ନିର୍ମାଣ ପାଇଁ ଦୁଇ ଲକ୍ଷ ଟଙ୍କା, ତେନ୍ତୁଳିଆ ଅପର ପ୍ରାଇମେରୀ ସ୍କୁଲ ପାଚେରୀ ନିର୍ମାଣ ପାଇଁ ଦୁଇ ଲକ୍ଷ ଟଙ୍କା ର କାମ କରିଛନ୍ତି l ଏହି କାମ ପ୍ରାୟ ବର୍ଷକ ତଳୁ ଶେଷହୋଇ ସାରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଲ୍ଲ ପୈଠ କରାଯାଉନି l ଏନେଇ ସେମାନେ ଭଞ୍ଜନଗର, ଅଢେଇ ଗାଆଁ, ଛାମୁଣ୍ଡା, ଝାଡ଼ଭୂମି, ଜଗନ୍ନାଥପ୍ରସାଦ ରେ ହୋଇଥିବା ଅଭିଯୋଗ ପ୍ରକୋଷ୍ଟ ରେ ଅଭିଯୋଗ କରିଥିଲେ l ତେବେ ଅଭିଯୋଗ ର ଫର୍ଦ ଲେମ୍ବୁଛି ସିନା ସମାଧାନ ହେଉନି କହି ଉପଜିଲ୍ଲାପାଳଙ୍କ ଆଗରେ ହାତଯୋଡି ନେହୁରା ହୋଇ ତାଙ୍କୁ ବିଲ୍ଲ ପୈଠ ପାଇଁ ଅନୁରୋଧ କରିଥିଲେ l ଏନେଇ ଉପଜିଲ୍ଲାପାଳ ଶ୍ରୀ ବେହେରା ଆଶ୍ଚର୍ଯ୍ୟ ହେବା ସହ ବିଡ଼ିଓ ଙ୍କ ସହିତ ଆଲୋଚନା କରି ସେନିଜେ ସାତ ଦିନ ଭିତରେ ଘଟଣାର ତଦାରଖ କରି ନିଶ୍ଚିତ ଭାବେ ବକେୟା ବିଲ୍ଲ ପୈଠ କରିବେ ବୋଲି ପ୍ରତିଶୃତି ଦେବା ପରେ ଅଭିଯୋଗ କାରିମାନେ ସେଠାରୁ ହଟିଥିଲେ l ତେବେ ଏଠାରେ ପ୍ରଶ୍ନ ଉଠୁଛି ପୂର୍ବରୁ ଏମାନେ ଅନେକ ଅଭିଯୋଗ ପେକୋଷ୍ଠ ରେ ଅଭିଯୋଗ କରିଥିଲେବି କାହିଁକି ପ୍ରଶାସନ ନିରବ ରହିଥିଲେ l ଏମାନଙ୍କ ଉପରେ କିଛି ଅଦୃଶ୍ୟ ଚାପ ରହିଛି ନା ଅନ୍ୟ କିଛି କାରଣ ଯୋଗୁଁ ବିଲ୍ଲ କରାଯାଉନି ? ତାହାକୁ ନେଇ ପ୍ରଶ୍ନ ବାଚି ସୃଷ୍ଟି ହେଉଛି l ଏନେଇ ପଞ୍ଚାୟର ନିର୍ବାହୀ ଅଧିକାରୀ ତୁଷାର କାନ୍ତ ଯାନୀଙ୍କ ମତାମତ ନେବାରୁ କାମ ସଂପୂର୍ଣ୍ଣ ହୋଇସାରିଛି ବ୍ଲକ ପ୍ରଶାସନ ବିଲ୍ଲ ପୈଠ ନକରିବା ଦୁର୍ଭାଗ୍ୟପୁର୍ଣ ଘଟଣା ବୋଲି ମାନିଛନ୍ତି l