
ଭଞ୍ଜନଗର ୨୧/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ବେଲଗୁଣ୍ଠା ଥାନା ଅଧିନ ବେଲଗୁଣ୍ଠା ଦଳିତ ସାହି ଓ ଉଢ଼ୂରା ଗ୍ରାମର ଦଳିତ ସାହି ମଧ୍ୟରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ପୁଲିସ ଆଉ ୧୭ ଜଣ ମହିଳା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁର୍ବରୁ ଏହି ମାମଲାରେ ଉଭୟ ପକ୍ଷର ୧୦ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ବୁଧବାର ବେଲଗୁଣ୍ଠା ହରିଜନ ସାହିର କବିତା ନାଇକ, ଝିଲି ନାଇକ, ବାମ ନାଇକ, ଭାଗ୍ୟ ନାଇକ, କୁମାରୀ ନାଇକ, ଭାରତୀ ନାଇକ, ହେମ ନାଇକ, ବବିତା ନାଇକ, ଦମୟନ୍ତୀ ନାଇକ, ମିନି ନାଇକ, ସଞ୍ଜୁ ନାଇକ, ମାଧୁରୀ ନାଇକ, ଶୈଳ ନାଇକ, ମଙ୍ଗୁଳି ନାଇକ, ଚମ୍ପା ନାଇକ, ବାସନ୍ତୀ ନାଇକ ଓ ସଞ୍ଜୁ ନାଇକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ରେବତୀ ଶବର ପ୍ରକାଶ କରିଛନ୍ତି।
ସୁଚନାନୁସାରେ, ଗତ ୬ ମାସ ତଳେ ସ୍ଥାନୀୟ ଏକ ପେଟ୍ରୋଲ୍ ଟାଙ୍କିରେ ବେଲଗୁଣ୍ଠାର ଜଣେ ଦଳିତ ଯୁବକଙ୍କୁ ଉଢ଼ୁରା ଦଳିତ ସାହିର କିଛି ପିଲା ଆକ୍ରମଣ କରିଥିଲେ। ପରେ ବେଲଗୁଣ୍ଠା ଥାନାରେ ମୌଖିକ ଭାବେ ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା। ହେଲେ ଭିତିରିଆ ଶତ୍ରୁତା ଲାଗି ରହିଥିଲା। ଗତ ମକର ଯାତ୍ରାରେ ପୁଣି ଥରେ ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ କରିବା ପାଇଁ ଗୁରୁବାର ଦିନ ସନ୍ଧ୍ୟାରେ ଉଢୁରାର କିଛି ଲୋକ ବେଲଗୁଣ୍ଠା ଥାନାକୁ ଆସିବା ବେଳେ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲା। ଏଥିରେ ଆହତ ହୋଇଥିବା ବ୍ୟକ୍ତି ମାନଙ୍କୁ ବେଲଗୁଣ୍ଠା ପୁଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଭଞ୍ଜନଗର ଏସଡିପିଓ ଡ.ଦୀପକ କୁମାର ମିଶ୍ର ନେତୃତ୍ବରେ ବୁଗୁଡ଼ା ଥାନାଧିକାରୀ ସୀତାଂଶୁ ଶେଖର ମାନ୍ଧାତା, ଜଗନ୍ନାଥପ୍ରସାଦ ଥାନାଧିକାରୀ ପ୍ରମୋଦ କୁମାର ଲେଙ୍କା, ତାରାସିଂ ଥାନାଧିକାରିଣୀ ଶୁଭଲକ୍ଷ୍ମୀ ପୂଜାରୀ, ଭଞ୍ଜନଗର ଥାନା ଏସଆଈ ଲିପିନା ବିଶ୍ୱାଳ ଙ୍କ ସହ ଭଞ୍ଜନଗର ପୁଲିସ ସହ ୨ ପ୍ଲାଟୁନ ପୁଲିସ ବେଲଗୁଣ୍ଠାରେ ରହି ସ୍ଥିତି ନିୟନ୍ତ୍ରଣ କରିଥିଲେ।