ଚୌଦ୍ୱାର ଇଏସଆଇ ହସ୍ପିଟାଲ ତରଫରୁ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଚୌଦ୍ୱାର (ଶିବବ୍ରତ ଦାସ ): ଇ.ଏସ୍.ଆଇ ହସ୍ପିଟାଲ୍ ଚୌଦ୍ଵାର ତରଫରୁ, ଏବଂ ଏହାର ନିକଟବର୍ତ୍ତୀ ଇ.ଏସ୍.ଆଇ ଡାକ୍ତରଖାନା ଟିପିଏମ, ଜଗତପୁରର,ରାଜାବଗିଚା ଓ ପାରାଦ୍ଵୀପ ର ଭାରପ୍ରାପ୍ତ ଅଧିକାରୀ ଙ୍କୁ ନେଇ ଇମ୍ଫାର ଶ୍ରମିକ କଲୋନୀ ଠାରେ ଏକ ସ୍ବାସ୍ଥ୍ୟ ସେବା ଓ ସଚେତନତା ଶିବିର ଆୟୋଜିତ କରା ଯାଇଥିଲା।
ଏଥିରେ, ଚୌଦ୍ୱାର ର ମେଡିକାଲ ଅଧିକ୍ଷକ ଡାକ୍ତର ଶ୍ରୀକାନ୍ତ ଦେବତା, ଡାକ୍ତର ସଂଘମିତ୍ରା ଜେନା, ଡାକ୍ତର ସଂଜୀବ ଲେଙ୍କା ଡାକ୍ତର ରଂଜନ ବାରିକ୍, ଡାକ୍ତର ସବାରୀ ଭଟ୍ଟାଚାର୍ଯ୍ୟ, ଡାକ୍ତର ରମେନ୍ କର୍ମକର୍ ,ଡାକ୍ତର ତନୁଶ୍ରୀ ମିଶ୍ର, ଡାକ୍ତର ରିତେଶ ମହାନ୍ତି ଡାକ୍ତର ରବି ନାରାୟଣ ନନ୍ଦ ଇତ୍ୟାଦି ଏହି ସିବିର ପରିଚାଳନା କରିଥିଲେ. ଏହିଥିରେ ସମୁଦାୟ ୪୬୭ ଜଣ ବୀମା ବ୍ୟକ୍ତି ଉପକୃତ ହୋଇଥିଲେ।
ଏହା ଚୌଦ୍ୱାର ତରଫରୁ ଦ୍ୱିତୀୟ ପର୍ଯ୍ୟାୟ ସ୍ବାସ୍ଥ୍ୟ ସେବା ଓ ସଚେତନତା ଶିବିର ଥିଲା, ଦ୍ୱିତୀୟ ପର୍ଯ୍ୟାୟରେ ଏହା ଇମ୍ଫା ଲେବର କଲୋନୀ ରେ ଥିବା ବୀମା ବ୍ୟକ୍ତି ଓ ସେମାନଙ୍କର ପରିବାର ଲୋକେ ଏଥିରୁ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ସହିତ ମାଗଣା ଔଷଧ ପାଇଥିଲେ। ଏହି ଶିବିର ରେ ଅସ୍ଥି ପରୀକ୍ଷା, ସ୍ତ୍ରୀ ରୋଗ, ମେଡିସିନ, କ୍ୟାନ୍ସର, ଚର୍ମ ରୋଗ, କର୍ଣ୍ଣ ନସା ଓ ଗଳା ପରୀକ୍ଷା ଇତ୍ୟାଦିର ପରୀକ୍ଷା ହୋଇଥିଲା।
ଇ ଏସ ଆଇ ନିର୍ଦେଶକ ଙ୍କ ତରଫରୁ ଡାକ୍ତର ଜଗତ ଜୀବନ ପତି, ଡାକ୍ତର ମନୋଜ ହାଁସଦା, ଡାକ୍ତର ଶ୍ୱେତଲିନା ଆସେ ଇତ୍ୟାଦି ଯୋଗଦାନ କରିଥିଲେ ଓ ଏଥି ସହିତ ଇମ୍ଫାର ଉଚ୍ଚ କତୃପକ୍ଷ ମଧ୍ୟ ଏହି ଶିବିର ରେ ଉପସ୍ଥିତ ରହି ଏହାକୁ ସଫଳ କରିଥଲେ।