ପ୍ରସ୍ତାବିତ ପିପଳପଙ୍କା ଋଷିକୂଲ୍ୟା ଡ୍ୟାମ ପ୍ରକଳ୍ପ ପାଇଁ ଆଜି ଜନ ଶୁଣାଣୀ କାର୍ଯ୍ୟକ୍ରମ

ସୋରଡ଼ା, ୨୨/୦୧ ( ଲଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗାଜଲବାଡ଼ି ଗ୍ରାମ ପଂଚାୟତରେ ବହୁ ଜନସାଧାରଣ ଓ ଚାଷୀଙ୍କୁ ନେଇ ଅନୁଷ୍ଠିତ ହୋଇଛି| ଡ୍ୟାମ ଟି ନୁଆଁ କରି ସର୍ଭେ ହୋଇ ଥିବା ପ୍ରକାରେ ମୋଟ ୨୭୨୫ଏକର ପରିମିତ ଅଂଚଳ ରେ ହେବାକୁ ଯାଉଥିବା ବେଳେ ମୋଟ ୮୫ଏକର ପଟା ଜମି ଓ ବାକି ସବୁ ସରକାରୀ ସେଥି ମଧ୍ୟରୁ ସଂରକ୍ଷଣ ଜଙ୍ଗଲ ଜମିରୁ ୨୫୪୩ଏକର, ରାଜସ୍ବ ଜଙ୍ଗଲ ଜମିରୁ ୯୭ଏକର ଜମିରେ ପ୍ରକଳ୍ପ ଟି ହେଉଥିବା ସ୍ଥାନୀୟ ତହସିଲଦାର ଜଣାଇଥିଲେ |ଏହି ଜମି ଗୁଡିକ ସିକୁଳା ପଦର, ଗଣପଙ୍କାଳ, ଗାଜାଲବାଡ଼ି, ରମାନବାଡି ଓ ରୁବାଙ୍ଗି ମୌଜା ରୁ ଯାଉଥିବା ବେଳେ କୌଣସି ଗୋଟିଏ ଗ୍ରାମ ଓ ବାସସ୍ଥାନ ବିସ୍ଥାପିତ ହେଉନଥିବା ଜଳସେଚନ ବିଭାଗ ଅଧିକାରୀ ମାନେ ପ୍ରକାଶ କରିଥିଲେ |ଏହି ପ୍ରକଳ୍ପ ହେବା ଫଳରେ ଗାଜଲବାଡ଼ି ପଂଚାୟତ ର ୭୦୦ହେକ୍ଟର ଓ ଗୋଛା, ଅସୁରବନ୍ଧ, ବଡ଼ବଦାଙ୍ଗି, ଭଗବାନପୁର, ଗେଞ୍ଜା ଏବଂ ଗୋପାଳପୁର ଶାସନ ପଂଚାୟତ ର ପ୍ରାୟ ୧୮୦୦ହେକ୍ଟର ଏପରି ମୋଟ ୨୫୦୦ହେକ୍ଟର ଚାଷ ଜମିକୁ ଜଳ ସେଚିତ କରବା ପାଇଁ ପ୍ରସ୍ତାବିତ ପ୍ରକଳ୍ପ ରେ ବଜେଟ ରଖାଯାଇଥିବା କହିଥିଲେ |ସ୍ଥାନୀୟ ଚାଷୀଙ୍କ ପ୍ରଥମ ଦାବି ଏହା ଥିଲାଯେ କୌଣସି ଶିଳ୍ପ ଅନୁଷ୍ଠାନ କୁ ଟେକି ନଦିଆଯାଉ ଏବଂ ବହୁ ବର୍ଷ ହେବ ଯେଉଁ ଜଙ୍ଗଲ ଜମି ରେ ଗଛ ବୃକ୍ଷ ଲଗାଇ ପରିବାର ପ୍ରତିପୋଷଣ କରୁଛନ୍ତି ତାଙ୍କୁ ଜଙ୍ଗଲଜମି ପଟା ପ୍ରଦାନ କରାଯାଉ ଏହାସହିତ ଯେଉଁ ଜଙ୍ଗଲ ଜମି ରେ ଯୋଉ ମାନଙ୍କ ଅଧିକାର ଅଛି ତାଙ୍କୁ ୨୦୦୬ଜଙ୍ଗଲ ଜମି ଆଇନ ଅନୁସାରେ ଜମି ପଟା ପ୍ରଦାନ କରି ସେମାନେଙ୍କୁ ଉଚିତ ଭରଣପୋଷଣ ଦିଆଯାଉ, ଏହିସବୁ ପାଳନ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଜନଶୁଣାଣି ରେ ଦାବି କରିବା ସହ ଏହାକୁ ସରକାର ଗ୍ରହଣ ନକରିଲେ ସେଠାରେ ଆମେ ପ୍ରସ୍ତାବିତ ପ୍ରକଳ୍ପ କରେଇଦେବୁ ନାହିଁ ବୋଲି ମତବ୍ୟକ୍ତ ପ୍ରକାଶ କରିଥିଲେ ।ଏବଂ ସରକାରଙ୍କ ସହିତ ଆଲୋଚନା କରି ଜଙ୍ଗଲ ଜମିର ପ୍ର।ବଧାନ ବ୍ୟବସ୍ଥା ଅନୁଯାୟୀ ସହାୟତା ପ୍ରଦାନ ନେଇ ଉପସ୍ଥିତ ଅଧିକାରୀଗଣ ବୁଝାଇଥିଲେ |ଆଜିର ଏହି ଜନଶୁଣାଣୀ ଶିବିର ସୋରଡ଼ା ତହସିଲଦାର ଗୋପାଳ କୃଷ୍ଣ ରାଉତରାୟଙ୍କ ତତ୍ୱା ବଧାନ ରେ ଅନୁଷ୍ଠିତ ହୋଇଥିବା ବେଳେ ଭଞ୍ଜନଗର ଅତିରିକ୍ତ ଉପଜିଲ୍ଲାପାଳ ଟୁଳିଆମା ପ୍ରଧାନ ବିଭିନ୍ନ ପଦାଧିକାରୀ ଙ୍କ ରାଜସ୍ବ ସୁପରଭାଇଜର, ମନୋଜ କୁମାର ବିଷୋୟୀ ରାଜସ୍ବ ନିରୀକ୍ଷକ, ଆସ୍କା ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କେ. ଦେବେନ୍ଦ୍ର ପ୍ରଧାନ ଓ ଏହି ଡ୍ୟାମ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜୀବ କୁମାର ସେଠୀ, ବୈରାଗୀ ଚରଣ ଜେନା, ପୀତବାସ ମାଝୀ, କନିଷ୍ଠ ଯନ୍ତ୍ରୀଶିବନି ସାହୁ, ବିଜୟ କୁମାର ଗମାଙ୍ଗ ପି ଇ ଓ ଗାଜଲବାଡ଼ି ପ୍ରମୁଖ ଉପସ୍ଥିତ ରହି ଜନଶୁଣାଣୀ କରିଥିଲେ |ଜନଶୁଣାଣୀ ଶିବିର ରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ସମରେନ୍ଦ୍ର କୁମାର ସାହୁ , ଗାଜଲବାଡ଼ି ସରପଞ୍ଚ ରଶ୍ମିତା ଆଚାର୍ଯ୍ୟ, ସମିତି ସଭ୍ୟା ମଞ୍ଜୁଳା ନାୟକ, ପୂର୍ବତନ ଗାଜଲ ବାଡ଼ି ସରପଞ୍ଚ ଧୁଶାସନ ମଲ୍ଲିକ ଓ ଉପେନ୍ଦ୍ର କୁମାର ବେହେରା ଙ୍କ ସହ ଗାଜଲବାଡ଼ି ର ବହୁ ଆଗ ଧାଡ଼ିର ଚାଷୀ ଓ ଜନସାଧାରଣ ଉପସ୍ଥିତ ରହିଥିଲେ |