ନୂଆପଡା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ “ମତଦାତାଙ୍କ ସଂକଳ୍ପ ପାଠ”

ନୂଆପଡା, ୨୨/୦୧ (ପରମେଶ୍ୱର ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ୧୬ ତମ ଜାତୀୟ ମତଦାତା ଦିବସ ଉପଲକ୍ଷେ, ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ “ମତଦାତାଙ୍କ ସଂକଳ୍ପ ପାଠ” ସମାରୋହ ଅନୁଷ୍ଠିତ ହୋଇଥିଲାl ଏଠାରେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ମତଦାତାଙ୍କ ସଂକଳ୍ପ ପାଠ କରାଇଥିଲେ l ସମସ୍ତେ ଦେଶର ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଏହି ସଂକଳ୍ପ ଉଦ୍ଘୋଷଣା କଲେ ଯେ,“ଆମେ, ଭାରତର ନାଗରିକବୃନ୍ଦ, ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଆସ୍ଥା ରଖି ଏହି ଶପଥ ନେଉଛୁ କି ଆମେ ନିଜ ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ବଜାୟ ରଖିବୁ ତଥା ମୁକ୍ତ, ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗାରିମାକୁ ଅକ୍ଷୁର୍ଣ୍ଣ ରଖି, ନିର୍ଭିକ ହୋଇ, ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ଭାଷା ଅଥବା ଅନ୍ୟ କୌଣସି ପ୍ରଲୋଭନରେ ପ୍ରଭାବିତ ନ ହୋଇ ପ୍ରତ୍ୟେକ ନିର୍ବାଚନରେ ନିଜ ମତାଧିକାର ର ପ୍ରୟୋଗ କରିବୁ ।”