ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ୨୬ ତମ ବାର୍ଷିକ ଉତ୍ସବ ପାଳିତ

ବେଲଗୁଣ୍ଠା,୨୩/୦୧ (ବିନାୟକ ଗୌଡ଼):  ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ୨୬ତମ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି। ଶିଶୁ ମାନେ ଅତିଥି ମାନଙ୍କୁ ପୁଷ୍ପଗୁଛ ଦେଇ କାର୍ଯ୍ୟକ୍ରମକୁ ସ୍ଵାଗତ କରିବା ସହିତ ସାମୁହିକ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମ ରେ ଭଞ୍ଜନଗର ଉପଖଣ୍ଡ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ରଞ୍ଜନ କୁମାର ଦେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ କରିଥଲେ । ଏହି ଅବସରରେ ଶିକ୍ଷା ମନୁଷ୍ୟ ଜୀବନର ଗୋଟିଏ ଅଙ୍ଗ ବୋଲି ସେ ମତ ପ୍ରକାଶ କରିଥିଲେ। ମୂଖ୍ୟ ବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋପା ମୁଦ୍ରା ରଥ ଯୋଗ ଦେଇ ଶିଶୁ ମାନେ ଠିକ୍ ଭାବେ ଶିକ୍ଷା ଗ୍ରହଣ ପାଇଁ ଅଭିଭାବକ ମାନେ ଅନୁଷ୍ଠାନର ଗୁରୁଜୀ ଓ ଗରୁମା ମାନଙ୍କ ସହିତ ସର୍ବଦା ଯୋଗା ଯୋଗରେ ରହିବାର ଆବଶ୍ୟକତା ଅଛି ବୋଲି ମତ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ସିଆରସିସି ରମେଶ କୁମାର ପାଣିଗ୍ରାହୀ, ବୈଦିକ ବାସ୍ତୁ ବିଶାରଦ ତଥା ସଂସ୍କୃତି ଗବେଷକ ଡକ୍ଟର ସନ୍ୟାସୀ ମହାରଣା ଓ ଅନୁଷ୍ଠାନର ଆଇନ ପରାମର୍ଶ ଦାତା ତଥା ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା ଯୋଗ ଦେଇ ଅନୁଷ୍ଠାନର ଗୂରୁମା ଓ ଗୁରୁଜୀ ମାନଙ୍କ ତ୍ୟାଗକୁ ଭୂୟସୀ ପ୍ରଶଂସା କରିଥିଲେ। ଚିନମ ସନତ କୁମାର ସୁବୁଦ୍ଧି ସଭାରେ ସଭାପତିତ୍ବ କରିଥିଲେ। ଅନୁଷ୍ଠାନର ସଭାପତି ମାଧବ ଚନ୍ଦ୍ର ଆପଟ ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥଲେ। ଅନୁଷ୍ଠାନ ପାଇଁ ସୁନାମ ଆଣିବା ତଥା ବିଭିନ୍ନ ପରୀକ୍ଷାରେ କୃତିତ୍ୱ ପାଇଁ ସାଇସ୍ମିତା ପଣ୍ଡା, ଦୀପିକା ବେହେରା ଓ ସ୍ମୃତି ରଞ୍ଜନ ବିଷୋୟୀ ଙ୍କୁ ସ୍ବତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା। ପୂର୍ବରୁ ଅନୁଷ୍ଠିତ
ହୋଇଯାଇଥିବା ବିଭିନ୍ନ ବର୍ଗର ଖେଳ କୁଦ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରି ଶିଶୁଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠାନର ରାହୁଲ ଗୌଡ କ୍ରୀଡା ଚାମ୍ପିଅନ ପୁରସ୍କାର ପାଇଥିଲେ। ସୂର୍ଯ୍ୟ ନମସ୍କାର ପ୍ରତିଯୋଗୀତାରେ ୩୭୮ ଥର ସୂର୍ଯ୍ୟ ନମସ୍କାର କରି ଅସ୍ମିତା ସାହୁ ଚାମ୍ପିଅନ ପୁରସ୍କାର ଗ୍ରହଣ କରିଥିଲେ। ପ୍ରାତଃ ବିଭାଗରେ ସର୍ବୋଚ୍ଚ ନମ୍ୱର୍ ରଖି ସମ୍ବିତ ଶତପଥୀ, ଦିବା ବିଭାଗ(କ)ରେ ଦିବ୍ୟାନଂସୁ ନାୟକ, ଦିବା ବିଭାଗ(ଖ)ରେ ସ୍ନେହାସିଶ ନାୟକ ପୁରସ୍କାର ପାଇଥିବା ବେଳେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଲଭଲି ପଣ୍ଡା ପୁରସ୍କାର ପ୍ରାପ୍ତ କରିଥିଲେ। ଶେଷରେ ଶିଶୁ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ପୂର୍ବତନ ଛାତ୍ରୀ ଶୁଭ ଦର୍ଶିନି ଓ ରାଧାରାଣୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୁକାନ୍ତ ଗୁରୁଜୀ ସ୍ଵାଗତ ଭାଷଣ ଦେଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟ। ଶୁଭଶ୍ରୀ ପରିଡ଼ା ଧନ୍ୟବାଦ୍ ଅର୍ପଣ କରିଥିଲେ । ଅନୁଷ୍ଠାନର ସମ୍ପାଦକ ସୁଶାନ୍ତ କୁମାର ବେହେରା ବାର୍ଷିକ ବିବରଣୀ ପାଠ କରିବା ସହିତ ମଞ୍ଚ ସଂଯୋଜୋନା କରିଥିଲେ ।