
ଭଞ୍ଜନଗର ୨୩/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଂଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବଡ଼କୋଦଣ୍ଡା କ୍ଲଷ୍ଟରର ବିଭିନ୍ନ ଗ୍ରାମର ବିଦ୍ୟାଳୟ ମାନଙ୍କର ପ୍ରାୟ ୧୮ ଜଣ ଛାତ୍ରଛାତ୍ରୀ ମେଇନସ୍ଟ୍ରିମିଙ୍ଗ୍ ଅର୍ଥାତ୍ ଶିକ୍ଷାର ମୂଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସିଟିଏସ୍ ସର୍ଭେ ରେ ରାଜ୍ୟର ଅନେକ ଛାତ୍ରଛାତ୍ରୀ ଡ୍ରପ୍ ଆଉଟ୍ ଥିବା ଜଣା ପଡିଥିଲା। ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ର ଅଭିଯାନ ତଥା ଅଭିନବ ପ୍ରୟାସ “ଆସ ସ୍କୁଲ ଯିବା ଅଭିଯାନ” କାର୍ଯ୍ୟକ୍ରମ ଆଧାରରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅଜୟ କୁମାର ପାତ୍ରଙ୍କ ନିର୍ଦେଶ ଓ ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ମତି ଲୋପାମୁଦ୍ରା ରଥଙ୍କ ଆହ୍ବାନ କ୍ରମେ ବଡ଼କୋଦଣ୍ଡା କ୍ଲଷ୍ଟର ସିଆରସିସି ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ଉଦ୍ୟମରେ ଏହି କାର୍ଯ୍ୟ ସଂପାଦିତ ହୋଇଛି। ବଡ଼କୋଦଣ୍ଡା କ୍ଲଷ୍ଟର ସ୍ତରୀୟ ଆସ ସ୍କୁଲ ଯିବା ଶିକ୍ଷା କମିଟିର ସଦସ୍ୟ ସିଆରସିସି ଦ୍ଵିତୀକୃଷ୍ଣ ଲେଙ୍କା, ଶିକ୍ଷକ ମୋହନ ସାହୁ, ଶିକ୍ଷକ ଶିଶିର କାନ୍ତ ପତି, ଶିକ୍ଷକ ଦେବାଂଶୁ କହଁର ଓ ଅବସରପ୍ରାପ୍ତ ଶିକ୍ଷକ ପ୍ରସନ୍ନ କୁମାର ପ୍ରଧାନ ଙ୍କ ପ୍ରଚେଷ୍ଟା ଏବଂ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି, ଜନପ୍ରତିନିଧି ଏବଂ ଅଭିଭାବକ ମାନଙ୍କ ସାହାଯ୍ୟ ଓ ସହଯୋଗ ବଳରେ ଏହି ମହାନ କାର୍ଯ୍ୟ ସମ୍ଭବ ହୋଇପାରିଛି। ବଡ଼କୋଦଣ୍ଡା କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭାରେ କ୍ଲଷ୍ଟରର ସମସ୍ତ ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀଙ୍କୁ ନିମନ୍ତ୍ରିତ କରି ଉତ୍ସାହିତ କରାଯାଇଥିଲା ଏବଂ ମେଇନସ୍ଟ୍ରିମିଙ୍ଗ୍ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରକାଶ ଥାଉକି, ସିଟିଏସ୍ ସର୍ଭେ ପୂର୍ବରୁ ଗତ ଦିନ ଗୁଡ଼ିକରେ ସିଆରସିସି ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ଉଦ୍ୟମରେ ଲାଲସିଂ କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ଗ୍ରାମର ପ୍ରାୟ ୩୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏସ୍ ଆଇ ଓ ଏସ୍ ପାଠ୍ୟକ୍ରମରେ ନାମ ଲେଖାଇଥିଲେ।