
ଭଞ୍ଜନଗର,୨୯/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ)ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବେଲଗୁଣ୍ଠା ମୁଖ୍ୟ ରାସ୍ତା ଉଢ଼ରା ନିକଟରେ ଗୁରୁବାର ଅପରାହ୍ନରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଭଞ୍ଜନଗର ରୋଟାରୀ କ୍ଲବ ସମ୍ପାଦକ ଗୁପ୍ତେଶ୍ୱର ସୁବୁଦ୍ଧି ଏବଂ ତାଙ୍କ ସ୍ତ୍ରୀ , ଭାଇ , ଭାଉଜ ଏବଂ ପୁଅ ଆହତ ହୋଇଛନ୍ତି। ସେମାନଙ୍କୁ ସଂପୃକ୍ତ ଅଞ୍ଚଳବାସୀ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଏଠାରେ ସେମାନଙ୍କ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ପଠାଇବା ବ୍ୟବସ୍ଥା କରାଯାଉଛି । ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ଘଟଣାରୁ ପ୍ରକାଶ ଯେ, ଗୁପ୍ତେଶ୍ୱର ଏବଂ ପରିବାରର ଅନ୍ୟ ସଦସ୍ୟମାନେ କୌଣସି କାର୍ଯ୍ୟରେ ଯୋଗ ଦେବାପାଇଁ ପୁରୀ ଯାଇଥିଲେ । କାମ ସରିବା ପରେ ଆଜି ସକାଳୁ ସେମାନେ ପୁରୀରୁ ଭଞ୍ଜନଗର ଅଭିମୁଖେ ଫେରୁଥିଲେ। ବାଟରେ ଚାଳକ ଗାଡିରୁ ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲେ। ଫଳରେ ଗାଡିରେ ଥିବା ସମସ୍ତ ୫ ଜଣ ଯାତ୍ରୀ ଅଳ୍ପ ବହୁତ ଆହତ ହୋଇଛନ୍ତି। ଦୁର୍ଘଟଣା କେଉଁଭଳି ପରିସ୍ଥିତିରେ ହେଲା ସେନେଇ ସଠିକ କିଛି ଜଣାପଡ଼ିନାହିଁ। ଭଞ୍ଜନଗର ରୋଟାରୀ କ୍ଲବ ସଭାପତି ରଞ୍ଜିତ ବାରିକ, ପୁର୍ବତନ ସମ୍ପାଦକ ପ୍ରଦ୍ୟୁମ୍ନ ମଲ୍ଲିକ
ଏବଂ ଅନ୍ୟମାନେ ମେଡ଼ିକାଲରେ ପହଞ୍ଚି ଆହତମାନଙ୍କ ଚିକିତ୍ସା ବ୍ୟବସ୍ଥା କରିଛନ୍ତି। ବେଲଗୁଣ୍ଠା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।