କେଏସୟୁବି କଲେଜ ଅଧ୍ୟକ୍ଷଙ୍କୁ ବିଦାୟ ସମ୍ବର୍ଦ୍ଧନା, କୁମୁଦ ଚନ୍ଦ୍ର ମହାପାତ୍ର କେଏସୟୁବିର ନୂତନ ଅଧକ୍ଷ

ଭଞ୍ଜନଗର,୩୧/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅଧକ୍ଷ ରାଜେନ୍ଦ୍ର କୁମାର ଦାସ ଅଧକ୍ଷ ପଦବୀରୁ ଶନିବାର ଅବସର ନେଇଛନ୍ତି। ଏନେଇ ସଂନ୍ଧ୍ୟାରେ କଲେଜରେ ଆୟୋଜିତ ବିଦାୟ ସମ୍ବର୍ଦ୍ଧନା ସଭାରେ ଅଧ୍ୟକ୍ଷଙ୍କ କର୍ମମୟ ଜୀବନ ସମୟରେ ଏହି ମହାବିଦ୍ୟାଳୟ ବହୁ ଆଗକୁ ଯାଇଛି ବୋଲି ବକ୍ତାମାନେ କହିଥିଲେ। ଅଧ୍ୟକ୍ଷ ଦାସ ମଧ୍ଯ ଏହି ମହାବିଦ୍ୟାଳୟରେ ନିଜର ୩୪ ବର୍ଷରୁ ଉର୍ଦ୍ଧ୍ବ ଦିନ ଅଧ୍ୟାପକ ଜୀବନରେ କଣ କଣ ସେବା ଯୋଗାଇ ଦେଇଛି ସେନେଇ କହିଥିଲେ। ସଭାକୁ ପ୍ରାଧ୍ୟାପକ ବିଭାସ ଦାସ ସଂଯୋଜନା କରିଥିଲେ। ଏହି ଅବସରରେ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର, ହର ପ୍ରସାଦ ଶତପଥି, ପ୍ରଶାନ୍ତ କୁମାର ରଥ, ଡ ରବିନ୍ଦ୍ର ମିଶ୍ର ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଆଲୋଚନାରେ ଅଧ୍ୟାପିକା ତୃପ୍ତିମୟି ଦାସ, ରାଜଲକ୍ଷ୍ମୀ ରଥ, ସୁନିତା ରାଣୀ ଖଣ୍ଡୁଆଳ, ସ୍ମରଣିକା ପାଢ଼ୀ, ସସ୍ମିତା କୁମାରୀ ଦାସ, ଶେଫାଳୀ ପଟ୍ଟନାୟକ, ଅନିତା ମହାପାତ୍ର, ରୋଜାଲିନ ମହାରଣା, ଯୋତ୍ସନା ଦାସ, ଅଧ୍ୟାପକ ବୁଧିନାଥ ବେହେରା,ସନାତନ ବେହେରା,ରଜତ ମିଶ୍ର, ସୁନାମ ପାତ୍ର,ଦୁର୍ଗା ପ୍ରାସାଦ ସାହୁ, ବିଦେଶୀ ରାଉତ, ଦିଗନ୍ତ ଜେନା, ବିଭୂତି ଗୌଡ଼, ପ୍ରତ୍ୟୁଷ କାର୍ଜି, ଡ ଦେବାଶିଷ ସ୍ଵାଇଁ, ରମାକାନ୍ତ ସାହୁ,ଫିଲିପ ମଲ୍ଲିକ, ବାବୁଲା ପ୍ରଧାନ,
ମୁଖ୍ୟ କିରାଣୀ ଦାମୋଦର ରଥ, ବରିଷ୍ଠ କିରାଣି ଲଳିତା ପ୍ରଧାନ, ଡିଇଓ ଅଜିତ ସାହୁ, କନିଷ୍ଠ କିରାଣି ତପନ ବେହେରା,ଦୀପକ ମହାନ୍ତି, ସୁଧିର ବିଷୋୟୀ ଏଠାରୁ ବଦଳି ହୋଇ ଯାଇଥିବା ଏବଂ ଅବସର ନେଇଥିବା ଅନେକ ଅଧ୍ୟାପିକା ଅଧ୍ୟାପକ ଶ୍ରୀ ଦାସଙ୍କ ପ୍ରଭାବରେ ଅନୁପ୍ରାଣିତ ହୋଇ ଆଜି ବିଦାୟ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ଏହି ନିଜର ଅନୁଭୂତି ସମ୍ପର୍କରେ କହିଥିଲେ। ଡ ରବିନ୍ଦ୍ର ମିଶ୍ର ଧନ୍ୟବାଦ୍ ପ୍ରଦାନ କରିଥିଲେ।
ଏହାପରେ ନୂତନ ଭାରପ୍ରାପ୍ତ ଅଧକ୍ଷ ଭାବେ କୁମୁଦ ଚନ୍ଦ୍ର ମହାପାତ୍ର ଶ୍ରୀ ଦାସଙ୍କ ଠାରୁ ଦାୟିତ୍ୱ ନେଇଛନ୍ତି।