
ଚୌଦ୍ୱାର (ଶିବବ୍ରତ ଦାସ )ଚୌଦ୍ଵାର ରେ ପୁଣି ମାତିଲେଣି ବ୍ୟାଟେରୀ ଚୋର।ଆପଣ ଙ୍କ ର କାର ,ଟ୍ରକ୍ କିମ୍ୱା ଅଟୋ ଅଛି କି !!! ଯଦି
ଅଛି ତାହେଲେ ରାତିରେ ଆପଣ ଘର ବାହାରେ କିମ୍ୱା ଖୋଲା ସ୍ଥାନ ରେ ପାର୍କିଂ କରିଛନ୍ତି କି !!!
ତାହାଲେ ହୋଇ ଯାଆନ୍ତୁ ସାବଧାନ। କାହିଁକି ନା କଟକ ଜିଲାର ଚୌଦ୍ଵାର ସହର ରେ ଗତ କିଛି ମାସ ତଳେ ଗାଡ଼ି ରୁ ବ୍ୟାଟେରୀ ଚୋରି ଜୋର ହେଉଥିବା ବେଳେ ଧରାପଡିଥିଲେ କିଛି ଦୁର୍ବୃତ, ଧରା ପଡ଼ିବା ପରେ ବ୍ୟାଟେରୀ ଚୋରି ଥମି ଥିଲା, ବର୍ତ୍ତମାନ ପୁଣି ମାତିଲେଣୀ ବ୍ୟାଟେରୀ ଚୋର। ଯଦି ଆପଣ ରାତିରେ ଆପଣଙ୍କ ର ଗାଡ଼ି ବାହାରେ ରଖୁଛନ୍ତି ତାହେଲେ ହୋଇ ଯାଆନ୍ତୁ ସାବଧାନ। ଆଗୁରୁ ଏହି ଅଭିଯୋଗ ଚୌଦ୍ଵାର ପୌର ପାଳିକା ଅନ୍ତର୍ଗତ ଓଟିଏମ୍ କଲୋନୀ, ମୁଣ୍ଡମାଳ ଅଞ୍ଚଳ ରେ ହେଉଥିବା ବେଳେ ଆଜି ମଧ୍ୟ ସେହି ସ୍ଥାନ ମାନଙ୍କ ରୁ ସମାନ ଢଙ୍ଗ ରେ ଚୋରି କରି ନିଜ ଦୁଇ ଚକିଆ ଯାନ ରେ ହିଁ ନେଇକି ଯାଉଥିବାର ସୂଚନା ମିଳୁଚି।ହ ଆଜ୍ଞା ସୂଚନା ମୁତାବକ ଚୌଦ୍ଵାର ଓଟିଏମ୍ କଲୋନୀ ଅନ୍ତର୍ଗତ ବାପୁଜୀ କ୍ଲବ୍ ପାଖରେ ପ୍ରବୋଧ କୁମାର ଜେନା ନାମକ ଜଣେ ବ୍ୟକ୍ତି ନିଜ ର ପେଟ ପୋଷିବା ନିମନ୍ତେ , ଭଡ଼ା ରେ ଏକ ଆଇସ କ୍ରିମ ଗାଡ଼ି ଚଳାଈ ଆସୁଥିଲେ। ପ୍ରତିଦିନ ଭଳି ଗତକାଲି ଶନିବାର ରାତିରେ ମଧ୍ୟ ରହୁଥିବା ଘର ଆଗରେ ଗାଡ଼ି ପାର୍କିଂ କରିଥିଲେ, ସକାଳେ ଉଠି ଗାଡ଼ି ଧୋଇବା ସମୟ ରେ ତାଙ୍କ ଗାଡି ରେ ବ୍ୟାଟେରୀ ନଥିବା ର ଜାଣିବାକୁ ପାଇଲେ। ଏହା ପରେ ଚୌଦ୍ଵାର ଥାନା ରେ ଲିଖିତ ଅଭିଯୋଗ କରିଥିଲେ, ଅଭିଯୋଗକୁ ଭିତ୍ତି କରି ଘଟଣା ସ୍ଥାନ ରେ ଚୌଦ୍ଵାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି ଖୁବ୍ ଜଲ୍ଦୀ ଚୋର ଙ୍କୁ କାବୁ କରିବ ବୋଲି ଆଶା ରଖିଛନ୍ତି ପ୍ରବୋଧ.