
ଜଗନ୍ନାଥ ପ୍ରସାଦ ୦୨/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଜଗନ୍ନାଥ ପ୍ରସାଦ ବ୍ଲକ୍ ଅନ୍ତର୍ଗତ ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ ଠାରେ ଗତ ୨୨-୦୧-୨୬ ତାରିଖ ଠାରୁ ଆରମ୍ଭ ହୋଇଥିବା ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ତା ୦୨-୦୨-୨୬ ରିଖ ଦିନ ଅଧ୍ୟକ୍ଷ ଚିନଂ ବଦ୍ରିନାରାୟଣ ପାତ୍ର ଙ୍କ ପୌରୋହିତ୍ୟରେ ଉଦ୍ ଯାପିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡଃ ସଂଯୁକ୍ତା ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନିଜର ଓଜସ୍ବିନୀ ଭାଷଣ ମାଧ୍ୟମରେ କହିଥିଲେ ଯେ,ଛାତ୍ରୀ ମାନଙ୍କର ନୈତିକ ଶିକ୍ଷା ତଥା ବ୍ୟବହାର ରେ ପରିବର୍ତ୍ତନ ଆସିଲେ ହିଁ ନାରୀ ସୁସ୍ଥ ଓ ସବଳ ହୋଇପାରିବ। ଏବଂ ସରକାର ଙ୍କ ଦ୍ଵାରା ଦିଆଯାଉଥିବା ଏହି ତାଲିମ୍ ଫଳପ୍ରଦ ହୋଇପାରିବ। ସେହିପରି ବେଲଗୁଣ୍ଠା ଥାନା ଅଧିକାରୀ ଶ୍ରୀମତୀ ରେବତୀ ଶବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ର ଉପାଦେୟତା କିପରି ରହିଛି ତାହା ଅଙ୍ଗେ ନିଭାଇଥିବା ନିଜ ଅନୁଭୁତି ର କଥା କହି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ଏହି ପ୍ରଶିକ୍ଷଣ ଙ୍କୁ ଠିକ୍ ସମୟରେ ଠିକ୍ ଲୋକଙ୍କ ଉପରେ ହିଁ ପ୍ରୟୋଗ କରିବା ସଂପର୍କରେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ର ସଂଯୋଜିକା ଅଧ୍ୟାପିକା ଅର୍ଚ୍ଚନା ପ୍ରିୟଦର୍ଶିନୀ କାର୍ଯ୍ୟ କ୍ରମ ର ଲକ୍ଷ୍ୟ ଓ ଆଭିମୁଖ୍ୟ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ମୋଚିରାମ ନାହାକ ଏବଂ ଶୈକ୍ଷିକ ଅଧିକାରୀ ଅଧ୍ୟାପକ ମାଧବ ଦଳାଇ ଯୋଗଦେଇ ନିଜ ନିଜର ଅଭିଭାଷଣ ରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ସଂପର୍କିତ ଅନେକ ଉପାଦେୟ କଥା ବର୍ଣ୍ଣନା କରିଥିଲେ। ମାଷ୍ଟର ଟ୍ରେନର ସ୍ମୃତି ମୟୀ ପାତ୍ର ଏବଂ ପ୍ରିୟଙ୍କା ସ୍ବାଇଁ ଉଭୟେ ପ୍ରଶିକ୍ଷଣ ଦେବା ସମୟର ଅନୁଭୁତି ବର୍ଣ୍ଣନା କରିଥିଲେ। ସେହିପରି ଛାତ୍ରୀ ସନ୍ଧ୍ୟା ରାଣୀ ବିଷୋୟୀ, ପୁଷ୍ପାଞ୍ଜଳି ବେହେରା ଓ ସନ୍ତୋଷୀ ରଣା ନିଜ ନିଜର ଅନୁଭୂତି ବର୍ଣ୍ଣନା କରିବା ସହିତ ଅତିଥିମାନଙ୍କ ଆଗରେ ଆତ୍ମ ସୁରକ୍ଷା ର ବିଭିନ୍ନ କୌଶଳ ଗୁଡ଼ିକ ପ୍ରଦର୍ଶନ କରିଥିଲେ। ଇତ୍ୟବସରରେ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଏବଂ ଅଧ୍ୟକ୍ଷ ମହୋଦୟ ଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟ ବକ୍ତା ଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଏବଂ ସଠିକ୍ ଉତ୍ତର ଦାତାଙ୍କୁ ଉପହାର ପ୍ରଦାନ କରିଥିଲେ। ଏଥିସହିତ ପ୍ରଶିକ୍ଷିତ ସମସ୍ତ ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଶେଷରେ କାର୍ଯ୍ୟ କ୍ରମ ର ସହ – ସଂଯୋଜିକା ଅଧ୍ୟାପିକା ସଙ୍ଗୀତା ମହାପାତ୍ର ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ସମସ୍ତ ଛାତ୍ରୀ ତଥା ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ଉପସ୍ଥିତ ରହିବା ସହିତ ସହଯୋଗ କରିଥିଲେ।