
ନୂଆପଡ଼ା (ପରମେଶ୍ୱର ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି): ନୂଆପଡ଼ା ସରକାରୀ ଉଚ୍ଚବିଦ୍ୟାଳୟ ତୋରାର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମଲାଲ ସାହୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉତ୍ସବରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ , ବ୍ଲକ ଅଧ୍ଯକ୍ଷା ତାରେଶ୍ବରୀ ସାହୁ, ବ୍ଲକ ଉପାଧ୍ଯକ୍ଷ ଦିଲ୍ଲୀପ କୁମାର ନିର୍ମଳକର, ନୂଆପଡ଼ା ଜିଲ୍ଲା ପରିଷଦ (ଜୋନ-୧) ଭରତ ଲାଲ ରାଉତ, ମୋଟନୂଆପଡ଼ା ସରପଞ୍ଚ ମୋତିଲାଲ ଉଚ୍ଚର, ଚୁଲାଭାଟ ସରପଞ୍ଚ ଚମ୍ପାବାଇ ଠାକୁର, ମୋଟନୂଆପଡ଼ା ସିଆରସିସିପଦ୍ମନ ବିଶି ସମ୍ମାନିତ ଅତିଥ୍ ଭାବେ ଯୋଗ ଦେଇଥିଲେ। ଅବସରପ୍ରାପ୍ତ ସହକାରୀ ବିଇଓ ଉତ୍କଳମଣି ଅଗସ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ବିଧାୟକ ଅତିରିକ୍ତ ଶ୍ରେଣୀଗୃହ ଲାଗି ପାଞ୍ଚ ଲକ୍ଷ ଟଙ୍କା ଅନୁଦାନ ରାଶି ଘୋଷଣା କରିଥିଲେ। କେନ୍ଦୁବାହାରା ଉଚ୍ଚବିଦ୍ୟାଳୟ ଶିକ୍ଷକ କିଶୋର ଚନ୍ଦ୍ର ପ୍ରଧାନ ମଞ୍ଚ ପରିଚାଳନା କରିଥିଲାବେଳେ ସହକାରୀ ଶିକ୍ଷକ ସଂଗ୍ରାମ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଟାନୱାଟ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜୟକୃଷ୍ଣ ସୁନାନୀ ମଞ୍ଚ ପରିଚାଳନା କରିଥିଲେ